ରିଲିଫ ସାମଗ୍ରୀ ମିଳିନଥିବା ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଯାଇଥିବାବେଳେ କିଛି ଏଥିରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ୨୦୧୧ ଜନଗଣନା ଘରନଂ ଅନୁଯାୟୀ ୫୦କେଜି ଚାଉଳ ଓ ୫୦୦ଟଙ୍କା ଦିଆଯାଉଥିବାବେଳେ କୌଣସି କାରଣ ଯୋଗୁ କିଛି ଏଥିରୁ ବାଦ ପଡିଥିଲେ । ପରବର୍ତ୍ତୀ ସମୟରେ ମଞ୍ଜୁରୀ ଓ ଦେଉଳପଦୀ ଭଳି ଗ୍ରାମରେ ବାଦ ପଡିଥିବା ବିପନ୍ନଙ୍କୁ ରିଲିଫ ଯୋଗାଯାଇଛି । ଏହା ସତ୍ତ୍ୱେ ବନ୍ଦାଳୋ-ମଢିଆଳୀ ପଞ୍ଚାୟତର କିଛି ଲୋକ ଏଥିରୁ ବାଦ ପଡିଥିବା ଆଜି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେମାନେ ଏନେଇ ସରପଞ୍ଚଙ୍କୁ ଗୁହାରୀ କରିଥିଲେ ସୁଦ୍ଧା ରିଲିଫ ମିଳିବାରେ ବିଳମ୍ବ ଘଟିବାରୁ ସେମାନେ ଆସି ବ୍ଲକ କାର୍ଯ୍ୟଳୟରେ ବିଡିଓଙ୍କୁ ଜଣାଇଥିବା କହିଛନ୍ତି । ସେହିଭଳି ୨୦୧୧ ଜନଗଣନା ତାଲିକାରେ ନପଙ୍ଗ ଗ୍ରାମର କିଛି ପରିବାର ଭୁଲ ବସତଃ ବାଦ ପଡିଛନ୍ତି । ସେମାନଙ୍କୁ ରିଲିଫ ମିଳିପାରିନାହିଁ । ତେଣୁ ବାଦ ପଡିଥିବା ପରିବାର ସଦସ୍ୟମାନେ ବିଡିଓଙ୍କୁ ମଧ୍ୟ ଅନୁରୂପ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ