ବିଷ୍ଣୁ ଚରଣ ମଲ୍ଲିକ ହେଲେ କନ୍ଧମାଲ ଜିଲ୍ଲା ଯୁବ ବିଜେଡ଼ି ସଭାପତି

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ବିଜୁ ଜନତାଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଳାର ଜିଲ୍ଲା ଯୁବ ବିଜେଡ଼ି ସଭାପତି ରୁପେ ବିଷ୍ଣୁ ଚରଣ ମଲ୍ଲିକଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ମଲ୍ଲିକ ଆପୁର୍ବରୁ ଫିରିଙ୍ଗିଆ ବ୍ଳକର କନ୍ଧମାଳ ସାଂସଦ ପ୍ରତିନିଧି ରୁପେ କାର୍ଯ୍ୟରତ ଥିଲେ । ଘୋଷଣା ପରେ ଆଜି ମାନ୍ୟବର ବିଧାୟକ ଅଙ୍ଗଦ କହଁର ଫୁଲବାଣୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଏବଂ ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ୍‌, ସଂଖ୍ୟା ଲଘୁ ସେଲର ସମ୍ପାଦକ ବିମଳ ନାୟକ ଉପସ୍ଥିତ ରହି ନବ ନିଯୁକ୍ତ ଜିଲ୍ଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁ ଚରଣ ମଲ୍ଲିକଙ୍କୁ ଫୁଲବାଣୀ ମୁନିସିପାଲଟି ପଡିଆ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ମଲ୍ଳିକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ,କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ,ମନ୍ତ୍ରୀ ପଦ୍ମନାଭ ବେହେରା,ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କୁ କୃତଜ୍ଞତା ଜଣାଇଥିଲେ । ମତେ ଦିଆଯାଇଥିବା ଦାୟିତ୍ୱକୁ ସୁଚାର ରୁପେ ତୁଲାଇବା ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ