ନିଜ ଖର୍ଚ୍ଚ ଓ ପ୍ରଚେଷ୍ଟାରେ ପୋଲରେ ଝୁଲା ବ୍ରିଜ୍ ତିଆରି କଲେ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାରେ ଦେଖି ବାକୁ ମିଳିଛି ଆଉ ଏକ ଅପହଂଚ ଇଲାକାରେ ଅଜବ କଥା । ସରକାରଙ୍କୁ ବାରମ୍ବାର ନେହୁରା ହେବାପରେ ମଧ୍ୟ କୌଣସି ସୁଫଳ ନ ପାଇବାରୁ ଗ୍ରାମବାସୀ ମାନେ ସେମାନେ ଚାନ୍ଦା କରି ନିଜ ଖର୍ଚ୍ଚରେ ଏବଂ ନିଜ ଶ୍ରମରେ ଗ୍ରାମରେ ଥିବା କାଳିପେନୁ ନଦୀ ଉପରେ ଜାଲ ଏବଂ ଲୁହା ପୋଲରେ ତିଆରି କରିଛନ୍ତି ଏକ ଝୁଲା ପୋଲ । ଏହା ଘଟିଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଳକ ଅଂଚଳରେ ଥିବା ଗୁଞ୍ଜିବାଡି ପଂଚାୟତର ଟାପେରିକିଆ ଗ୍ରାମରେ ଗାଁକୁ ରାସ୍ତା ନଥିବାରୁ ସେଠାରେ ବସବାସ କରୁଥିବା ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏପରିକି ସେଠାର ଲୋକମାନେ ସେଥିପାଇଁ ସେମାନଙ୍କର ଅର୍ଥିକ ସକ୍ଷମତା ଥିଲେ ମଧ୍ୟ କୌଣସି ଲୋକ ବାଇକ୍ କିମ୍ବା ଗାଡି ଖଣ୍ଡେ କିଣି ପାରୁନାହାନ୍ତି । କାଳିପେନୁ ନଦୀ ଉପରେ ଏକ ପୋଲି ନିର୍ମାଣ ପାଇଁ ସେହି ନଦୀ ଉପରେ ଦେଇ ଯାତାୟାତ କରୁଥିବା ୪ଟି ଗ୍ରାମର ଲୋକେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ସେମାନଙ୍କର ଅଭିଯୋଗ କୁ କୌଣସି ପ୍ରକାର ଦୃଷ୍ଟି ନଦେବାରୁ ସେମାନେ ଶେଷରେ ନିଜେ ମାଧ୍ୟ ହୋଇ ନିଜେ ଚାନ୍ଦା କରି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚରେ ଲୁହା ପୋଲ ଏବଂ ଜାଲିରେ ନଦୀ ଉପରେ ନିର୍ମାଣ କରିଛନ୍ତି ଗୋଟିଏ ଝୁଲା ପୋଲ । ସେମାନଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ସେହି ଅଂଚଳରେ ସେମାନଙ୍କର ଆତ୍ମନିର୍ଭରଶୀଳତାର ଉଦାହରଣ ପାଲଟିଛି । ଏହା ଦ୍ୱାରା ସେମାନେ ମଧ୍ୟ ବର୍ଷା ଦିନରେ ସେମାନଙ୍କ ଗାଁକୁ କୌଣସି ବିକଳ୍ପ ରାସ୍ତା ନଥିବାରୁ ସେହି ଝୁଲା ପୋଲରେ ଯାତାୟାତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ