ଭଙ୍ଗା ଦଦରା ପଲିଥିନ୍ ଛପର ଚାଳଘରେ ଜୀବନ ବିତାଉଛନ୍ତି ୬୦ ବର୍ଷର ବୃଦ୍ଧା

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଝାଟିମାଟିରେ ତିଆରି ଭଙ୍ଗା ଦଦରା ପଲିଥିନ ଛପର ଘରେ ବିତୁଛି ଏକ ଅସହାୟ ୬୦ ବର୍ଷର ବୃଦ୍ଧା ମହିଳାଙ୍କ ଜୀବନ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ମିଣିଆ ଗ୍ରାମ ପଂଚାୟତ ଅଧିନସ୍ଥ ଶ୍ରାସାନାଣ୍ଡା ଗ୍ରାମରେ । ସରକାର ଗରିବ ଓ ବାସହୀନ ପରିବାର ଲୋକଙ୍କୁ ଯୋଗାଇ ଦେଇଥିବା ଆବାସ ଯୋଜନାର ଘରଟିଏ ପାଇଁ ବାରମ୍ବାର ନିବେଦନ କରି ସମ୍ପୁର୍ଣ୍ଣ ବିଫଳ ହୋଇଥିବା ବେଳେ ଏବେ ନିଜ ଜୀବନକୁ ପାଣି ଛଡେଇ ବିପଦ ସଙ୍କୁଳ ଅବସ୍ଥାରେ ପଲିଥିନ୍ ଟଣା ଭଙ୍ଗା ଦଦରା ଝାଟିମାଟିରେ ତିଆରି ଜଙ୍ଗଲ ତଳିଆ କୁଡିଆ ଘରେ ରହୁଛନ୍ତି ବିଧବା ଅସହାୟ ମହିଳା ପ୍ରତିମା ମଲ୍ଲିକ ଖରାବର୍ଷା ଶିତ କାକରରେ ପ୍ରତିମା ଅତି ଦୁଃଖଦାୟକ ଜୀବନ ବିତାଉଛନ୍ତି । ହଠାତ ହେଉଥିବା ଲଘୁଚାପ ଜନିତ ବର୍ଷା ବିଜୁଳି ଘଡଘଡି ଯୋଗୁଁ ଏହି ଅସହାୟ ବୃଦ୍ଧା ମହିଳାଙ୍କ ପ୍ରତି ବିପଦ ରହିଥିବା କହିଛନ୍ତି ଅଂଚଳ ବାସୀ । ପ୍ରକାଶ ଯେ କେହି ମଧ୍ୟ ଯୋଗ୍ୟ ବିବେଚିତ ଗରିବ ହୀତାଧିକାରୀ ଆବାସ ଯୋଜନାରେ ଘର ପାଇବାରେ ବଂଚିତ ହେବେ ନାହିଁ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରି ଆବାସ ଘର ଯୋଗାଇ ଦେବାର ପ୍ରଚେଷ୍ଠା କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଦାୟୀତ୍ୱ ହୀନତା ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାମ ଯୋଗୁଁ ଅନେକ ଗରିବ ଯୋଗ୍ୟ ବିବେଚିତ ହିତାଧିକାରୀ ଆଜି ପର୍ଯ୍ୟନ୍ତ ଅଯୋଗ୍ୟ ହୋଇ ଆବାସ ଯୋଜନାରୁ ଘର ଖଣ୍ଡେ ପାଇବାରୁ ବଂଚିତ ହୋଇ ରହୁଛନ୍ତି ବୋଲି ଜନସାଧାରଣ ପ୍ରକାଶ କରୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଅସହାୟ ହୋଇ ତାଙ୍କ ପୈତୃକ ଗାଁକୁ ଆସିଥିଲେ । ଏକାକି ବିଧବା ମହିଳା ହୋଇଥିବାରୁ ତାଙ୍କୁ କେବଳ ଚାଉଳ ପାଂଚ କେଜି ଏବଂ ବିଧବା ଭତା ୫୦୦ଟଙ୍କା ପାଇ ସେଥିରେ ଅତି କଷ୍ଟେ ମଷ୍ଟେ ଚଳୁଛନ୍ତି । ସେହି ପାଂଚ କେଜି ଚାଉଳରେ ମାସ ସାରା ଚଳିବା ସମ୍ଭବ ହୋଇପାରୁ ନାହିଁ । ସେଥିପାଇଁ ତାଙ୍କୁ ନିକଟ ଜଙ୍ଗଲରୁ ଶାଳ ପତ୍ର ସଂଗ୍ରହ କରି ସେଥିରେ ଖଲି ଦନା ତିଆରି କରି ସେଥିରୁ ଯାହା ମିଳେ ଚଳନ୍ତି । ତାହା ମଧ୍ୟ ଦୁଇ ଓଳି ସବୁଦିନେ ମିଳିବା ସମ୍ଭବପର ହୋଉନି । ଏଣୁ ଏହି ଅସହାୟ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହିତ ଅନ୍ତର୍ଦୟ ଯୋଜନାରେ ସାମିଲ କରି ଚାଉଳ ୩୫ କେଜି ଏବଂ ଆବାସ ଘର ଖଣ୍ଡେ ଯୋଗାଇ ଦେଲେ ତାଙ୍କର ବାର୍ଦ୍ଧକ୍ୟ ସମୟରେ ସହାୟକ ହୁଅନ୍ତା ବୋଲି କହିଛନ୍ତି ପ୍ରତିମା ମଲ୍ଲିକ । ଏହି ସଂକ୍ରାନ୍ତରେ ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ଯୋଗାଯୋଗ କରିବାରୁ ବୃଦ୍ଧା ଜଣକ ସେହି ଗ୍ରାମର ହୋଇଥିଲେ ହେଁ ସେ ଅନ୍ୟତ୍ର ବିବାହ କରିଥିଲେ । ତେଣୁ ସେ ଗତ ୨୦୧୧ ମସିହା ଜନଗଣନା ବେଳକୁ ଏହି ଗ୍ରାମରେ ରହୁନଥିବାରୁ ତାଙ୍କର ନାମ ତାଲିକା ଭୁକ୍ତ ହୋଇପାରିନାହିଁ । ତେବେ ଗତ ୨୦୧୯ ମସିହାରେ ମଧ୍ୟ ଏହି ସୁବିଧାରୁ ବଂଚିତ ଥିବା ଲୋକଙ୍କ ତାଲିକା କରାଯାଇଥିଲା । ହେଲେ ସେତେବେଳେ ମଧ୍ୟ ପ୍ରତିମା ମଲ୍ଲିକ ତାଙ୍କର ନାମ ପଞ୍ଜିକରଣ କରିନଥିବା କିମ୍ବା ସେ କୌଣସି ଆବେଦନ ମଧ୍ୟ କରିନଥିଲେ । ତେବେ ତାଙ୍କର ଆବଶ୍ୟକତାକୁ ନେଇ ତଦନ୍ତ କରାଯିବା ସହ ସରକାରୀ ଯୋଜନା ଅନୁସାରେ ସମସ୍ତ ସହାୟତା କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ