୨୨୦୦ ଲିଟର ପୋଚସହ ଦୁଇ ଗିରଫ ୧୯୦ ଲିଟର ଚୋରା ମଦ ଜବତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ ଓ ବ୍ରହ୍ମପୁର ଅବକାରୀ ଉପଆୟୁକ୍ତ ଶାନ୍ତନୁ କୁମାର ସାହୁଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ସ୍ୱତନ୍ତ୍ର ଟିମ ଆଇଆଇସି ମିହିର କୁମାର ସେଠୀ ତାଙ୍କ କର୍ମଚାରୀ ଓ ରା.ଉଦୟଗିରି ଅବକାରୀ ମିଳିତ ରେ ମୋହନା ବ୍ଲକର ବିଭିନ ସ୍ଥାନରେ ଚଡ଼ାଉ କରାଯାଇଛି ଚୋରା କାରବାର ମଦ ରନ୍ଧା ଯାଉଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବହୁ ପ୍ରୟାସ ଜାରି ରହିଛି ଏହି ଚଡ଼ାଉବେଳେ୨୨୦୦ ଲିଟର ମହୁଲି ପୋଚନଷ୍ଟ କରାଯାଇଛି ଏହାସହ ୧୯୦ଲିଟର ରନ୍ଧା ମଦଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ଏହି ଚଡ଼ାଉ ଆଗକୁ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣା ପଡ଼ିଛି ପ୍ରକାଶ ଥାଉକି ଗଞ୍ଜାମ ଅବକାରୀ ବିଭାଗ ଗତ କିଛି ଦିନ ହେବ ବିଭିନ୍ନ ଜାଗାରେ ଚଡ଼ାଉକରି ବହୁ ସଂଖ୍ୟାରେ ପୋଚନଷ୍ଟ କରିବା ସହ ମଦ ଜବତ କରିଛି ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହଇଥିବା ବେଳେ ରା.ଉଦୟଗିରି ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛି ମାସକୁ ଥରେ ଆସି କିଛି ପୋଚ ନଷ୍ଟ କରି ଚାଲି ଯାନ୍ତି ଜାଫଳରେ ଚୋରା କାରବାର ମଦ ବେପାରୀଙ୍କ ବହୁ ଭଲ କାରବାର ଚାଲିଛି ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଚାଲିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ