ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ହିତାଧିକାରୀ ଚୟନରେ ପାତରଅନ୍ତର ନେଇ ଆମରଣ ଅନଶନ ଚେତାବନୀ

ରାଜନଗର, (ଓ୍ବାଇଏନ୍ଏସ୍) : ରାଜନଗର ବ୍ଲକ କୁରୁଂଟି ପଚାଂୟତରେ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ସାଧାରଣ ବର୍ଗର ଲୋକଙ୍କ ଆର୍ଥିକ ସ୍ୱଛଳତା ସହିତ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସାହାୟତା ପ୍ରଦାନ କରାଯାଇଛି । ଗତ ୧୮ତାରିଖ ଦିନ ଏହି ପଚାଂୟତର କୁରୁଂଟି, ଚକ୍ରଧରପୁର, ନାଥପୁର ଓ ଚନ୍ଦ୍ରଶିଖର ଗ୍ରାମର ଲୋକମାନଙ୍କ ମଧ୍ୟରୁ ହିତାଧିକାରୀ ଚୟନକରି ଗାଈ, ଛେଳି, ବତକ, ମାଛ ଯାଆଁଳ, ଚୂନ, ଆମ୍ବ, ପିଜୁଳି, ନଡିଆ ପ୍ରଭୃତି ଚାରା ବଂଟନ କରାଯାଇଥିଲା । ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଇ ଯୋଗ୍ୟ ହିତାଧିକାରୀ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ବିଭାଗ ପକ୍ଷରୁ ଚୟନ କରାଯାଇ ବଂଟନ କରାଯାଇଛି । ଦଳୀୟ ଭିତିରେ ହିତାଧିକାରୀ ଚୟନ କରାଯାଇଥିବା ପ୍ରତିବାଦ କରି କୁରୁଂଟି ପଚାଂୟତ ସମିତି ସଭ୍ୟ ସନ୍ତୋଷକୁମାର ମହାନ୍ତି, ପ୍ରାକ୍ତନ ସରପଚଂ ରତ୍ନାକର ଦାସ, ରଞ୍ଜନକୁମାର ମହାନ୍ତି ଓ ସଶ୍ମିତା ମହାନ୍ତି, ପ୍ରାକ୍ତନ ନାଏବ ସରପଚଂ ପ୍ରଭାତକୁମାର ପ୍ରଧାନ ପ୍ରମୁଖ ପ୍ରତିବାଦ କରି କେନ୍ଦ୍ରାପଡା ଜିଲ୍ଲା ମୃତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଏସଂପର୍କରେ ଦେଢମାସ ତଳେ ବହୁବାର ସାକ୍ଷାତ କରି ଯୋଗ୍ୟ ହିତାଧିକାରୀ ଚୟନ ନିମିତ ଆପତି ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ ତାହା ହୋଇନାହିଁ । ଏହାର ପ୍ରତିବାଦ କରି ଅକ୍ଟୋବର ମାସ ୪ତାରିଖ ସୁଦ୍ଧା ବାଦ ପଡିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଂଚିତ କରାଯାଏ, ତେବେ ସେହିମାସ ୫ତାରିଖ ଦିନ ସେମାନେ କୋଭିଡ ନିୟମ ପାଳନ କରି ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ଏସଂପର୍କରେ ବିଭାଗୀୟ ଅଧିକାରୀ ଡଃ ଦୟାନିଧି ବାଗଙ୍କ ସହ ଯୋଗାଯୋଗ କରିବାରୁ ଆମେ ଏସଂପର୍କରେ ଅଭିଯୋଗ ପାଇଛୁ, ଯଦି ଅଯୋଗ୍ୟ ହିତାଧିକାରୀ ଥାଆନ୍ତି, ତେବେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ