ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୩୫ଟି ଅଭିଯୋଗ ପଂଜିକୃତ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୩୫ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୮ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୨୭ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୨ଟି, ଜମିଜମା ସମସ୍ୟା ସଂପର୍କୀୟ ୧୧ଟି ଏବଂ ଅନ୍ୟାନ୍ୟ ୧୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ଏହି ଶିବିରରେ ବଛାଳୋ ପଂଚାୟତର ସମିତି ସଭ୍ୟ ଚନ୍ଦନ ଲେଙ୍କା ବ୍ଳକରେ ସ୍ଥାୟୀ ବିଡିଓ ନଥିବାରୁ ଜନସାଧାରଣ ଅସୁବିଧାରେ ସମ୍ମୁଖୀନ ହେବା ସହ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁ ନଥିବା ଅଭିଯୋଗ କରିଥିଲେ। ମଦ ଦୋକାନ ସ୍ଥାନାନ୍ତର ପାଇଁ ଘୋଡାଂଶ ପଂଚାୟତର ଆଲୋକ ମହାନ୍ତି ଅଭିଯୋଗ କରିଥିଲେ।ଅଭିଯୋଗ ମୁତାବକ ସରକାରଙ୍କ ନିୟମାନୁସାରେ ମଦ ଦୋକାନ ଶିକ୍ଷାନୁଷ୍ଠାନ ନିକଟରୁ ୫ ଶହ ମିଟର ଦୂରରେ ରହିବା ଆବଶ୍ୟକ। କିନ୍ତୁ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଉକ୍ତ ଅଂଚଳରେ ମଦ ଦୋକାନ ରହିଅଛି। ମୁଗ ମଣ୍ଡି ଖେ।।ଲିବା ବିଳମ୍ବ ଯୋଗୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବା ନବ ନିମାଣ କୃଷକ ସଙ୍ଗଠନ ପକ୍ଷରୁ ଅଶୋକ ସ୍ୱାଇଁ, କୈଳାସ ଚନ୍ଦ୍ର ପରିଡା, ପ୍ରଫୁଲ୍ଲ ପରିଡା, ନବକିଶୋର ମହାନ୍ତି ଆଦି ଅଭିଯୋଗ କରିଥିଲେ। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍‌ଗାତା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ଦାସ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଭାରାପ୍ରାପ୍ତ ବିଡିଓ ଆଶୁତୋଷ ମିଶ୍ର, ଭାରାପ୍ରାପ୍ତ ତହସିଲଦାର ଅଜୟ ମହାନ୍ତିଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ