ରିୟାଙ୍କ ଜାମିନ ଆବେଦନକୁ ଏନସିବିର ବିରୋଧ

ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଓ ପରବର୍ତୀ ସମୟରେ ଡ୍ରଗ୍ସ  ଲିଙ୍କ୍‌ର  ତଦନ୍ତ କରୁଥିବା  ଏନସିବି ରିୟା ଚକ୍ରବର୍ତୀଙ୍କ ଜାମିନ ଆବେଦନକୁ ବିରୋଧ କରିଛି । ତାଙ୍କୁ ଜାମିନ ମିଳିଲେ ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଅଛି ବୋଲି ଅଦାଲତରେ ଏନସିବି ଯୁକ୍ତି ବାଢ଼ିଛି । ଏନସିିବି ପକ୍ଷରୁ କୁହାଯାଇଛି ଯେ   ରିୟା  ଚକ୍ରବର୍ତ୍ତୀ   ଡ୍ରଗ୍ସ  ସିଣ୍ଡିକେଟ୍‌ର  ସକ୍ରିୟ ସଦସ୍ୟ ଥିଲେ , ଯେଉଁଥିରେ   ଅନେକ  ଜଣାଶୁଣା ଲୋକ ଓ ଡ୍ରଗ୍ ସପ୍ଲାୟର୍ସ ସାମିଲ ରହିଛନ୍ତି ।ରିୟା ଚକ୍ରବର୍ତ୍ତୀଙ୍କର ଜାମିନ ଆବେଦନକୁ ବିରୋଧକାଳରେ ଏନସିବି ଏ କଥା ମଧ୍ୟ କହିଛି ଯେ   ତାଙ୍କ  ବିରୁଦ୍ଧରେ ଏମିତି ଅନେକ  ପ୍ରମାଣ ମିଳିଛି ,ଯେଉଁ ଥିରେ  ଜଣାପଡ଼ିଛି ସେ ଡ୍ରଗ୍ସ  ଟ୍ରାଫିକିଙ୍ଗ ରେ ସାମିଲ  ଅଛନ୍ତି । ରିୟା ଡ୍ରଗ୍ସର ନେଣଦେଣ  ପାଇଁ  ଅନ୍ୟ ଅଭିଯୁକ୍ତଙ୍କୁ  ସମର୍ଥନ କରୁଥିଲେ ।ଏନସିବିର  ନିର୍ଦ୍ଦେଶକ ସମୀର  ୱାନଖେଡେଙ୍କ ଦ୍ୱାରା ବମ୍ୱେ ହାଇକୋର୍ଟରେ ଦାଖଲ ହୋଇଥିବା  ଆଫିଡେଭିଟିରେ ରିୟା ବୟାନ ଦେଇଛନ୍ତି , ସେ ସାମୁଏଲ ମିରାଣ୍ଡା  ଓ ଦୀପେଶ  ସାୱନ୍ତଙ୍କୁ  ଏହି ଡ୍ରଗ୍ସର  ଟଙ୍କା  ଦେଇଛନ୍ତି । ଯାହାକୁ ସେ  ପରେ ସୁଶାନ୍ତଙ୍କୁ ସେବନ କରିବାକୁ ଦେଇଥିଲେ ।  ଯେଉଁ ଡ୍ରଗ୍ସ ପାଇଁ ଟଙ୍କା ଦିଆଯାଇଥିଲା , ଏହା ବ୍ୟକ୍ତିଗତ ବ୍ୟବହାର ପାଇଁ ନଥିଲା ।  ଏହା ଅନ୍ୟ କାହା ପାଇଁ ମଗାଯାଇଥିଲା  ଏହି ସମୟରେ ରିୟାଙ୍କୁ ବେଲ୍‌ ମିଳୁଛି ତ ଏଥିରେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ଏନସିବି କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ