ଜନ୍ମ ଦିନରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ ଭୁଲ

ଜନ୍ମଦିନକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କ୍ରେଜ ଦେଖିବାକୁ ମିଳେ । ଏହି ଦିନକୁ ଖାସ୍ କରିବା ସମସ୍ତେ ଚାହାଁନ୍ତି । ଏଥିପାଇଁ ପ୍ରଚୁର ପ୍ରସ୍ତୁତ ମଧ୍ୟ କରନ୍ତି । କୁହାଯାଏ ଜନ୍ମଦିନରୁ ବର୍ଷେ ପର୍ଯ୍ୟନ୍ତ କୁଣ୍ଡଳୀ ତିଆରି ହୋଇଥାଏ । ଏହି ଦିନ ଭଲରେ କାଟିଲେ ବର୍ଷସାରା ଭଲରେ କଟିଥାଏ ବୋଲି ବିଶ୍ୱାସ କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି କାମ ବିଷୟରେ କୁହାଯାଇଛି ଯେଉଁଗୁଡିକୁ ଜନ୍ମ ଦିନରେ କରିବା ଦ୍ୱାରା ଗ୍ରହର ଖରାପ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ କାର୍ଯ୍ୟ କରିବେ ନାହିଁ ।
ଅଧିକାଂଶ ଜନ୍ମଦିନରେ ଅଧିକ ସ୍ମାର୍ଟ ଓ ସ୍ପେଶାଲ ଦେଖାଯିବା ଚକକ୍ରରେ ଚୁଟି କାଟିଥାନ୍ତି । ତେବେ ଏହି ଦିନ ଚୁଟି କାଟିବା ଅଶୁଭ ହୋଇଥାଏ । ଏହି ଦିନ ନଖ କାଟିବା ବି ଅନୁଚିତ । ଏହିଦିନ ଚୁଟି କାଟିଲେ ଆୟୁଷ କମିଯାଏ ବୋଲି କୁହାଯାଏ ।
ଜନ୍ମଦିନ ପାର୍ଟିରେ ଅନେକ ଲୋକ ମଦ ପିଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମଦିନ ଦିନ ମଦ ପିଇଲେ ଶନିଦେବ ରୁଷ୍ଟ ହୋଇଥାନ୍ତି ।
ଜନ୍ମଦିନର ମଜା ଉଠାଇବା ପାଇଁ କୌଣସି ଜୀବର ହତ୍ୟା କରନ୍ତୁ ନାହିଁ ଏବଂ ମାଂସ ଖାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ଅଭିଶାପ ମିଳିଥାଏ ଏବଂ ଶାରୀରିକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ ।
ଭୁଲରେ ମଧ୍ୟ ନିଜ ଜନ୍ମଦିନରେ କାହାର ଅପମାନ କରନ୍ତୁ ନାହିଁ ।
କ’ଣ କଲେ ଭଲ ଫଳ ମିଳେ: ଏହି ଦିନ ସନ୍ନ୍ୟାସୀ ଓ ଭିକାରୀଙ୍କୁ ଦାନ କରନ୍ତୁ । ଏପରି କଲେ ଆୟୁଷ ବଢ଼ିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ଶୁଭ । ଏହି ଦିନ ଗରମ ପାଣିରେ ଗାଧାନ୍ତୁ ନାହିଁ ।
ଏହି ଦିନ ବାପା, ମା ଓ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ