ଗରିବ ମେଧାବୀ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ

ଗରିବ ମେଧାବୀ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ନୂଆଦିଲ୍ଲୀ ସ୍ଥିତ ବ୍ଲାଇଣ୍ଡ୍ କ୍ରିକେଟ ଆସୋସିଏସନ୍ (ବିସିଏ) କେବଳ କ୍ରିକେଟ ଖେଳକୁ ନୁହେଁ ବରଂ ପାଠ ପଢାକୁ ସଦାସର୍ବଦା ଗୁରୁତ୍ୱ ଦେଇଥାଏ । ଓଡ଼ିଶାର ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଗରିବ ତଥା ମେଧାବୀ ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନଙ୍କୁ ଆସୋସିଏସନ (ବିସିଏ) ସହଯୋଗର ହାତ ବଢାଇଛି । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ୩ଜଣ ବିଦ୍ୟାର୍ଥୀଙ୍କୁ ଉନ୍ନତମାନର ୩ଟି ସ୍ମାର୍ଟଫୋନ୍ ପୋଖରୀପୁଟସ୍ଥିତ ଭାରତ ସରକାରଙ୍କ ଏନ୍‌.ସି.ଏସ୍‌.ସି. ଫର୍ ଡ଼ିଏ ପରିସର ମଧ୍ୟରେ ପ୍ରଦାନ କରାଯାଇଛି । ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ (ଏନ୍‌.ଏ.ବି.) ଓଡ଼ିଶା ଶାଖା ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମ୍ପ୍ରତି ‘କରୋନା’ ମହାମାରୀ ଆମ୍ଭମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଦୁଇଓଳି ଦୁଇମୁଠା ପେଟକୁ ଖାଦ୍ୟ ସଂଗ୍ରହ ଆମକୁ କଷ୍ଟ ହୋଇଥାଏ । ଗୋଟିଏ ସ୍ମାର୍ଟ ଫୋନ୍ କିଣି ଅନ୍‌ଲାଇନ୍‌ରେ ପାଠ ପଢିବା ଆମ ପାଇଁ ସ୍ୱପ୍ନ ଥିଲା । ଆସୋସିଏସନ୍‌ର ଏପରି ସହାୟତା ଆମକୁ ନିଶ୍ଚିତ ଆଗକୁ ନେଇପାରିବ ବୋଲି ମୟୁରଭଞ୍ଜ ଜିଲ୍ଲାର ରାକେଶ ନାଥ, କୋରାପୁଟର କାଳୁଚରଣ ନାୟକ ଏବଂ ନୟାଗଡ଼ର ବାପିନା ନାୟକ ପ୍ରମୁଖ ବିଦ୍ୟାର୍ଥୀମାନେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍‌.ସି.ଏସ୍‌.ସି. ଫର୍ ଡ଼ିଏ ର ମୁଖ୍ୟ ରାମକିଶୋର ଶର୍ମା, ଏନ୍‌.ଏ.ବି. ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଅଜୟ ସାମଲ, ସାମାଜିକ କର୍ମୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଏନ୍‌.ଏ.ବି.ର ପରିଭ୍ରାମୀ ଶିକ୍ଷକ ବେଣୁଧର ସାହୁ, ଶକ୍ତି ପ୍ରସାଦ ବଳିୟାରସିଂ, ତ୍ରିଲୋଚନ ବେଉରା ପରିଚାଳନାରେ ସହଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଶାର ଆଉ କିଛି ଗରିବ ମେଧାବୀ ବିଦ୍ୟାର୍ଥୀମାନଙ୍କୁ ଏହି ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ ବୋଲି ବିସିଏର ସମ୍ପାଦକ ମାନବେନ୍ଦ୍ର ପଟୱାଲ ଓ କୋଷାଧ୍ୟକ୍ଷ ଜେ.ପି. ସାର୍ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ
error: Content is protected !!