ବିଲ୍ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼ : ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ ଠକି ପାରିବେନି । କାରଣ ଏହି ନିୟମ ଅନୁସାରେ “ନୋ ବିଲ୍’ “ଫ୍ରି ଫୁଡ୍’ ଅର୍ଥାତ୍ ବିଲ୍ ନ ଦେଲେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରିବେ ଦୋକାନୀ । ସୂଚନାଯୋଗ୍ୟ, ରେଲୱେ ଷ୍ଟେସନଗୁଡିକରେ ଏବେ ନିର୍ଦ୍ଧାରିତ ହୋଇଥିବା ଦାମ୍ରେ ହିଁ ଦୋକାନୀମାନେ ଯାତ୍ରୀଙ୍କୁ ଖାଦ୍ୟଦ୍ରବ୍ୟ ବିକ୍ରି କରିବା ସହ ଯେମିତି ହେଲେ ସେମାନଙ୍କୁ ବିଲ୍ ଦେବା ବାଧ୍ୟତାମୂଳକ ହେବ । ଯଦି ଦୋକାନୀମାନେ ଗ୍ରାହକଙ୍କୁ ବିଲ୍ ଦେବେ ନାହିଁ, ତେବେ ସେମାନଙ୍କୁ ଅନ୍ୟ ଖାଦ୍ୟ ପଦାର୍ଥ ମାଗଣାରେ ଦେବାକୁ ପଡ଼ିବ । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିର୍ଦ୍ଦେଶ ପରେ ଅମ୍ବାଲାର ସବୁ ରେଳ ଷ୍ଟେଶନଗୁଡ଼ିକରେ ଏହି ନିୟମ ଲାଗୁ କରାଯାଇଛି । ଏହାପରେ ଦୋକାନୀମାନେ ଯାତ୍ରୀମାନଙ୍କୁ ଖାଦ୍ୟ ଓ ଏକ ଟି-ସାର୍ଟ ମାଗଣାରେ ପ୍ରଦାନ କରିଛନ୍ତି । କାରଣ ଏହି ଟି-ସାର୍ଟରେ ଏକ ନମ୍ବର ଉଲ୍ଲେଖ ରହିଛି, ଯେଉଁଥିରେ ଖାଦ୍ୟରେ କୌଣସି ସମସ୍ୟା ହେଉ କି ବର୍ଦ୍ଧିତ ଦରରେ ଖାଦ୍ୟ ବିକ୍ରି ଏହାର ଅଭିଯୋଗ ନେଇ ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ । ଫୋନ୍ କରିବାର କିଛି ସମୟ ମଧ୍ୟରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରେଲୱେର ପାରଦର୍ଶିତା ବଢ଼ାଇବା ସହ ଯାତ୍ରୀଙ୍କ ମଧ୍ୟରେ ସଚେତନତା ଏବଂ ସମସ୍ତ ଅସୁବିଧାରୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ