ଗଜପତି ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ଅନ୍‌ଲାଇନ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ସଂପାଦକ ସଚିବ ବ୍ୟମକେଶ ନାୟକ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ଦିବସର ଆବଶ୍ୟକତା ଓ ଆଇନ ସେବା ପ୍ରାଧିକରଣର ଉଦ୍ଧିଷ୍ଠ ବିଭିନ୍ନ ମାନସିକ ରୋଗୀ ପାଇଁଥିବା ସୁବିଧା ସୁଯୋଗକୁ ଗୁରୁତ୍ୱାରୋପ କରିଥିଲେ । କିପରି ଭାବେ ଜଣେ ମାନସିକ ରୋଗୀ ମାଗଣା ଆଇନ ସେବା ପାଇ ପାରିବ ଓ କଣ କଣ ସୁବିଧା ପାଇ ପାରିବ ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲା । ସେହି ଭଳି ଭାବେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗଦେଇ ସରକାରଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ଜନହିତକାରୀ ଯୋଜନା ଓ ମାନସିକ ରୋଗୀ ମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ଉତ୍ସର୍ଗୀକୃତ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ । କିପରି ଜଣେ ମାନସିକ ରୋଗୀ ସମ୍ପୂର୍ଣ୍ଣ ଠିକ୍ ହୋଇପାରିବ ଓ ସାଧାରଣ ଜୀବନ ବଞ୍ôଚପାରିବ ଏବଂ ସମାଜରେ ସାଧାରଣ ଲୋକଙ୍କ ଭୂମିକା ଉପରେ ମଧ୍ୟ ଆଲୋକ ପାତ କରିଥିଲେ । ଏହି ସଚେତନତା ସଭାରେ ମାନସିକ ରୋଗୀଙ୍କ ପାଇଁ ମାଲିମକଦ୍ଦମାରେ ମଧ୍ୟ କିପରି ଆଇନ ଗତ ସାହାର୍ଯ୍ୟ ସୁବିଧା ଯୋଗାଇ ଦିଆଯାଇପାରିବ ସେ ଉପରେ ମଧ୍ୟ ଆଲୋକପାତ କରାଯାଇଥିବା । ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀର ଗମ୍ଭିରତା ଓ କଟକ ସ୍ଥିତ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶାବଳୀକୁ ଭିତ୍ତିକରି ଆୟୋଜିତ ଏହି ଅନ୍‌ଲାଇନ୍ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ସିଭିଲ କୋର୍ଟ ରେଜିଷ୍ଟାର ଶୁଭଶ୍ରୀ ନାୟକ, ଜେଏମ୍‌ଏଫ୍‌ସି ଅନୀଲ କୁମାର ଖଟେଇ, ଅଙ୍କିତା ଗୁରୁ, ଶୁଭଲକ୍ଷ୍ମୀ ପ୍ରୀୟ ଦର୍ଶନୀଙ୍କ ସମେତ ପ୍ରାଧିକରଣ ସମସ୍ତ ପ୍ୟାନେଲ ଓକିଲ ବୃନ୍ଦ ଭିଡିଓ ଜରିଆରେ ଯୋଗଦେଇଥିବାବେଳେ ପ୍ରାଧିକରଣ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ