ଗଜପତି“ତିତ୍‌ଲି”ରେ କ୍ଷତିଗ୍ରସ୍ତଙ୍କ ପାଇଁ ନୂଆ ମାଡାବା କଲୋନୀ ଶୁଭାରମ୍ଭ କଲେ ଜିଲ୍ଲାପାଳ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ “ତିତ୍‌ଲି” ସାମୁଦ୍ରିକ ଝଡ ବାତ୍ୟାକୁ ଦୁଇବର୍ଷ ପୁରିଯାଇଛି । ଏହି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ନୁଆ ମାଡାବା କଲୋନୀକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗତକାଲି ଗୃହ ପ୍ରବେଶ ପାଇଁ ଶୁଭ ଉଦ୍‌ଘାଟନ କରିଛନ୍ତି । ଘଟଣାରୁ ପ୍ରକାଶ,ସେହି ବାତ୍ୟାରେ ଅଧିକ୍ଷ କ୍ଷତିଗ୍ରସ୍ତ ହୋଇଥିବା ଗାଁ ମଧ୍ୟରୁ ରାୟଗଡ ବ୍ଲକ କଇଁପୁର ଗ୍ରାମ ପଞ୍ଚାୟତର ମାଡାବା ଗ୍ରାମ ଅନ୍ୟତମ ଅଟେ । ଭୂ-ସ୍ଖଳନ ପାଇଁ ମାଡାବା ଗ୍ରାମ ବିପଦ ସଙ୍କୁଳ ଅବସ୍ଥାରେଥିବା ଯୋଗୁଁ “ତିତ୍‌ଲି” ବାତ୍ୟାପରେ ଜିଲା ପ୍ରଶାସନ ଏବଂ ଗ୍ରାମବାସୀ ମିଶି ନିଷ୍ପତ୍ତି ନେଇଥିଲେ ଯେ ଗ୍ରାମଟି ଏକ ନିରାପଦ ସ୍ଥାନରେ ତିଆରି କରିବା ପାଇଁ । ତେଣୁ ଜିଲ୍ଲା ପ୍ରଶାସନ ଗ୍ରାମଟି ତିଆରି କରିବା ପାଇଁ କଇଁପୁର ଗ୍ରାମ ପାଖରେ ଏକ ନିରାପଦ ସ୍ଥାନ ଯୋଗାଇ ଦେଇଥିଲେ । ତାପରେ ଜିଲ୍ଲା ପ୍ରଶାସନ ଲୋକମାନଙ୍କର ସୁବିଧା ପାଇଁ ପ୍ରତି ପରିବାର ପାଇଁ ଗୃହ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପାଇଖାନା, ରାସ୍ତା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାଫଳରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ମୂହୁର୍ତ୍ତରେ ପହଂଚିଥିଲା । ସେହିପରି ବିଭିନ୍ନ ଯୋଜନାରେ ଏହି ଗ୍ରାମବାସୀଙ୍କ ନିମନ୍ତେ ବିବରଣୀ ପ୍ରଦାନ କରାଯାଇଛି । ବିଜୁପକ୍କା ଘର ଯୋଜନାରେ ୫୭ଜଣ ଗୃହଧାରୀଙ୍କୁ ମୋଟ ୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ୪ର୍ଥ କିସ୍ତି ବାବଦରେ ୭ଜଣଙ୍କୁ ପ୍ରଦାନ କରାଯାଇଛି । ପାନୀୟଜଳ ଯୋଗାଇବା ପାଇଁ କେନ୍ଦ୍ର ଅର୍ଥ କମିଶନଙ୍କ ଅନୁଦାନ କ୍ରମେ ୪ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ବହୁଳ କରାଯାଇ କାର୍ଯ୍ୟ ସମାପ୍ତି ପର୍ଯ୍ୟାୟରେ ପହଞ୍ôଚଛି । ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ବିଦ୍ୟୁତିକରଣ ନିମନ୍ତେ ୧୭ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ସମସ୍ତ ଗୃହକୁ ବିଦ୍ୟୁତ ସଂଯୋଗୀ କରଣ କରାଯାଉଛି । ସେହିପରି ଶୌଚାଳ ବାବଦରେ ସ୍ୱଚ୍ଛ ଭାରତ ଯୋଜନାରେ ୭ଲକ୍ଷ ୬୮ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ୧୭ଗୋଟି ଶୌଚାଳୟ ନିର୍ମାଣ ହୋଇସାରିଛି ଏବଂ ଆଏପି ଯୋଜନା ଅନ୍ତର୍ଗତ ସି.ସି. ରାସ୍ତା ନିର୍ମାଣ ପାଇଁ ୧୭ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ କାର୍ଯ୍ୟ ଚାଲୁ ରହିଥିବାର ସୂଚନା ମଧ୍ୟ ଦିଆଯାଇଛି । ଆଜି ଶନିବାର ଦିନ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗ୍ରାମରେ ପହଂଚି ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରୀପାଠି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠି, ରାୟଗଡ ବ୍ଲକର ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପିତାମ୍ବର ବେହେରା, ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ବେହେରା, ସହକାର ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ