ନ୍ୟୁହଲାଣ୍ଡ ଏଗ୍ରିକଲଚର ପକ୍ଷରୁ ସମସ୍ତ ଟ୍ରାକ୍ଟର ଉପରେ ୬ ବର୍ଷର ଟ୍ରାନ୍ସଫରରେବୁଲ୍ ଟି-ୱାରେଟିଂ ଘୋଷଣା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ପୃଥିବୀର ଅଗ୍ରଣୀ ଏଗ୍ରିକଲଚର ବ୍ରାଣ୍ଡ୍ ନ୍ୟୁ ହଲାଣ୍ଡ ଏଗ୍ରିକଲଚର ପକ୍ଷରୁ ଭାରତରେ ଏହାର ସମସ୍ତ ଟ୍ରାକ୍ଟର ଉପରେ ୬ ବର୍ଷର ଟ୍ରାନ୍ସଫରରେବୁଲ୍ ଟି-ୱାରେଟିଂ ଘୋଷଣା କରାଯାଇଛି । ପ୍ରଥମ କରି ନ୍ୟୁ ହଲାଣ୍ଡ ପକ୍ଷରୁ ଏଭଳି ସୁବିଧା ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ୬ ବର୍ଷ ଏବଂ ୬୦୦୦ ଘଂଟାର ୱାରେଂଟି ପଲିସି ୨୦୨୦ ଅକ୍ଟୋବର ୨ଠାରୁ ଲାଗୁ ହୋଇଛି । ଏହି ୱାରେଂଟି ସୁବିଧା ସହଜରେ ରିସେଲ୍ ସମୟରେ ବିକ୍ରେତାଙ୍କଠାରୁ କ୍ରେତାଙ୍କ ପାଖକୁ ଟ୍ରାନ୍ସଫର୍ ମଧ୍ୟ ହୋଇପାରିବ ।ଏହି ଅବସରରେ ନ୍ୟୁ ହଲାଣ୍ଡ୍ ଏଗ୍ରିକଲଚର୍ ବ୍ରାଣ୍ଡ୍‌ର ଭାରତ ଏବଂ ସାର୍କର ପରିଚାଳନା ନିର୍ଦ୍ଦେଶକ ତଥା କଂଟ୍ରି ହେଡ୍ ରୌନକ୍ ବର୍ମା କହିଲେ, ନ୍ୟୁ ହଲାଣ୍ଡ ଏଗ୍ରିକଲଚର ବ୍ରାଣ୍ଡ୍ ଜ୍ଞାନକୌଶଳ, ବିଶ୍ୱାସନୀୟତା ଏବଂ ଗୁଣବର୍ତା ପାଇଁ ଖ୍ୟାତି ହାସଲ କରିପାରିଛି । ଆମେ ଆମର ଉତ୍ପାଦ ଉପରେ ବେଶ୍ ନିଶ୍ଚିତ । ତେଣୁ ଆମେ ୬ ବର୍ଷର ୱାରେଂଟି ସୁବିଧା ଭାରତରେ ସମସ୍ତ ଟ୍ରାକ୍ଟର ଉପରେ ଘୋଷଣା କରିଛୁ । ଦେଶର କୃଷକମାନଙ୍କ ପ୍ରତି ଥିବା ଆମର ପ୍ରତିଶ୍ରୁତି ବଦ୍ଧତାକୁ ଏହା ସୂଚିତ କରୁଛି ।ଏହି ଅବସରରେ ନ୍ୟୁ ହଲାଣ୍ଡ୍ ଏଗ୍ରିକଲଚର୍ ବ୍ରାଣ୍ଡ୍‌ର ଭାରତର ସେଲସ୍ ନିର୍ଦ୍ଦେଶକ ବିମଲ କୁମାର କହିଲେ, ନ୍ୟୁ ହଲାଣ୍ଡ ଏଗ୍ରିକଲଚର ବ୍ରାଣ୍ଡ୍ ପକ୍ଷରୁ ଘୋଷଣା କରାଯାଇଥିବା ୬ ବର୍ଷର ଟି-ୱାରେଂଟି ଆମର ଶ୍ରେଷ୍ଠ ଜ୍ଞାନକୌଶଳକୁ ପ୍ରତିପାଦିତ କରିବାକୁ ସକ୍ଷମ ହୋଇଛି । ଏହି ୱାରେଂଟି ସୁବିଧା ପରବର୍ତୀ କ୍ରେତାଙ୍କ ପାଖକୁ ସହଜରେ ଟ୍ରାନ୍ସଫର ହୋଇପାରିବ ।ନ୍ୟୁ ହଲାଣ୍ଡ ଏଗ୍ରିକଲଚର ଶ୍ରେଷ୍ଠ ଜ୍ଞାନକୌଶଳଯୁକ୍ତ ଟ୍ରାକ୍ଟର ଉପଲବ୍ଧ କରାଯାଇଥାଏ । ଏହା ସହିତ ସମସ୍ତ ଚାଷ ଉପକରଣ ଚାଷ ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଉପଲବ୍ଧ କରାଇଥାଏ । ଏହା ଘାସ ଏବଂ ଚାରା ରୋପଣ ଉପକରଣ, ପ୍ଲାଂଟର, ବାଲେର, ସ୍ପ୍ରେୟର, ଟିଲର ଉପକରଣ ଆଦି ପ୍ରସ୍ତୁତ କରିଥାଏ । କମ୍ପାନୀର ଟ୍ରାକ୍ଟର ରେଞ୍ଜ ଉନ୍ନତ ଜ୍ଞାନକୌଶଳ ଆଧାରରେ ନିର୍ମିତ । ଏଗୁଡ଼ିକ ବିଶେଷ ଶକ୍ତିଶାଳୀ ଏବଂ ଏହାର ଇଞ୍ଜିନ୍ ଇନ୍ଧନ ସଂଚୟକାରୀ । ଭାରତବ୍ୟାପି କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ଆବଶ୍ୟକ ତାଲିମ୍ ବିକ୍ରି ପରବର୍ତୀ ସେବା ଅନ୍ତର୍ଗତ ମଧ୍ୟ ଯୋଗାଇ ଦିଆଯାଇଥାଏ ।ସୂଚନାଯୋଗ୍ୟ, ନ୍ୟୁ ହଲାଣ୍ଡ୍ ଏଗ୍ରିକଲଚରର ଭାରତରେ ୫ ଲକ୍ଷରୁ ଅଧିକ ଗ୍ରାହକ ରହିଛନ୍ତି । ଦେଶରେ କମ୍ପାନୀର ୧୦୦୦ରୁ ଅଧିକ ଗ୍ରାହକ ଟଚ୍ ପଏଂଟ୍ ରହିଛି । ୧୯୯୮ଠାରୁ ଗ୍ରେଟର ନୋଏଡ଼ାଠାରେ କମ୍ପାନୀର ଟ୍ରାକ୍ଟର ମାନ୍ୟୁଫାକଚରିଂ ପ୍ଲାଂଟ୍ କାର୍ଯ୍ୟ କରୁଛି । ଗ୍ରାହକ ସେବା କେନ୍ଦ୍ରରେ ହିନ୍ଦୀ ଇଂଲିଶ୍ ସହିତ ୮ଟି ଭାଷାରେ ଭାରତବ୍ୟାପି ଗ୍ରାହକଙ୍କୁ ସହାୟତା ନିଶୁଳ୍କ ନମ୍ବର ୧୮୦୦-୪୧୯-୦୧୨୪ ଦ୍ୱାରା ଯୋଗାଇ ଦିଆଯାଇଥାଏ ।

Share

Leave a Reply

Your email address will not be published. Required fields are marked *

Latest News
   କେ.ନୂଆଗାଁ ଥାନା ସମ୍ମୁଖରେ ଦଳୀୟ କର୍ମୀଙ୍କ ଧାରଣା ମଦ ଜବତ ; ଜେଲ ଗଲେ ୪ ଅଭିଯୁକ୍ତ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ କରୋନା ସଂକ୍ରମଣରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ବୁଗୁଡା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ
error: Content is protected !!