କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ

କୋଭିଡ୍-୧୯ ସମୟରେ ମୋଦୀ ସରକାର ଓଡ଼ିଶା ପାଇଁ ପ୍ରଧାନମବୀ ଗରିବ କଲ୍ୟାଣ ଯୋଜନା ସମେତ କୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ମୋଟ୍ ୨୨,୨୬୭.୬୬ କୋଟିର ସହାୟତା ପ୍ୟାକେଜ୍ ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ନୂଆଦିଲ୍ଲୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୁତ ସୂଚନା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ମହାମାରୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହାସହ ଓଡିଶାକୁ ବିପୁଳ କେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଯତ୍ନଶୀଳ ହୋଇ କାମ କରିବା ଦରକାର ବୋଲି ସେ କହିଛନ୍ତି । ସେହିପରି ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଉପଭୋକ୍ତାଙ୍କ ଅତିରିକ୍ତ ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚର ସ୍କିମ୍ କରାଯାଇଛି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଲାଭ ପାଇବେ । ତେବେ ଏହି କଠିନ ସମୟରେ ରାଜ୍ୟ ସରକାର ମଧ୍ୟ ନିଜ କର୍ମଚାରୀ ତଥା ଓଡିଶାର ପିଏସୟୁ କର୍ମଚାରୀଙ୍କ ପାଇଁ ଏପରି ସମାନ ଭାବେ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ପ୍ରଦାନ କରାଯାଇଛି । ଏହି ମର୍ମରେ ମୋଟ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି । ସେହିପରି ପ୍ରତି ପରିବାରକୁ ମାସିକ ୧ କେଜି ଡାଲି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର ୯୨.୮୫ ଲକ୍ଷ ପରିବାରକୁ ଡାଲି ଯୋଗାଇ ଦିଆଯାଇଛି । ମୋଟ ୪୪ ହଜାର ୧୩୦ ଟନ୍ ଡାଲି ଓଡିଶାକୁ ଯୋଗାଇ ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ୧୩୦ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ ୧୫୦୦ ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି । ଓଡ଼ିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ(କୃଷକ ସମ୍ମାନ ନିଧି) ଯୋଜନାରେ ରାଜ୍ୟର ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ମୋଟ ୪୦୦.୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ସମୟରେ ଓଡ଼ିଶାର ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା ୧୫୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ ୩୧୨.୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାରେ ୧.୫୪ ଲକ୍ଷ ଇପିଏଫଓ ଆକାଉଣ୍ଟଧାରୀଙ୍କୁ ଇ-ଚାଲାଣ କମ୍ ରସିଦ୍ ଆକାରରେ ୫୯.୦୭ କୋଟି ଦିଆଯାଇଛି । ୪୦,୬୬୬ ଇପିଏଫଓ ହିତାଧିକାରୀ ୮୭.୭୧ କୋଟି ଟଙ୍କା ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି । ୧.୬୨ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୪ ପ୍ରତିଶତ ଇପିଏଫ୍ ଭାରତ ସରକାର ଦେଇଛନ୍ତି । ଓଡ଼ିଶା ପାଇଁ ୧୦୧.୪୮ କୋଟି ଟଙ୍କା ସରକାର ଦେଇଛନ୍ତି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଜିଏସଟି କ୍ଷତିପୂରଣ ସ୍ୱରୂପ ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ଓଡ଼ିଶାକୁ ୨ ହଜାର ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୧୧୨୯ କୋଟି ଟଙ୍କା ଦିଆଯାଇଛି । ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇ ଉତ୍ପାଦର (ଜିଏସଡ଼ିପି)ର ୦.୫ ପ୍ରତିଶତ ମୂଲ୍ୟ ସମାନ ଅତିରିକ୍ତ ୨, ୮୫୮ କୋଟି ଋଣ ନେବା ପାଇଁ ଓଡ଼ିଶାକୁ ଅନୁମତି ଦିଆଯାଇଛି । ଓଡ଼ିଶାକୁ ଆଶ୍ରୟ ସ୍ଥଳ ଏବଂ ୩ ଓଳା ଖାଇବା ପାଇଁ କେନ୍ଦ୍ର ସରକାରଙ୍କ ଏସଡ଼ିଆରଏଫ ପାଣ୍ଠିରୁ ୨ ହଜାର ୧୩୯ କୋଟି ଅଗ୍ରୀମ ରାଶି ଜାରୀ କରାଯାଇଛି । ତନ୍ମଧ୍ୟରୁ ପ୍ରଥମ କିସ୍ତିରେ ୮୦୨ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି । ଓଡ଼ିଶାର ନନ୍ ମିଲିୟନ ପ୍ଲସ ସିଟିକୁ ପ୍ରଥମ କିସ୍ତିରେ ମୌଳିକ ଅନୁଦାନ ଆକାରରେ ୨୭୧.୭୫ କୋଟି ଟଙ୍କା ଦିଆଯାଇଛି । ବିନିଯୋଗ କରିବା ପାଇଁ ଡ଼ିଏମଏଫ ପାଣ୍ଠିରୁ ୨ ହଜାର ୧୨ କୋଟି ମଞ୍ଜୁର ଦିଆଯାଇଥିବା ବେଳେ ୬୪.୫ କୋଟି ଟଙ୍କା କରୋନା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି । ଏନଡିଆରଏଫ ପାଣ୍ଠିରୁ ୧୭୯.୬୪ କୋଟି ଜାରୀ କରାଯାଇଛି । ୨୦୨୦ ମଇ ମାସରେ ହୋଇଥିବା ଅମ୍ପନ ବାତ୍ୟା ପାଇଁ ୫୦୦ କୋଟି ଟଙ୍କା ଦିଆଯାଇଛି । ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରୀୟତ୍ତ ଉଦ୍ୟୋଗ (ପିଏସୟୁ) ଗୁଡ଼ିକ ଲକ୍ ଡ଼ାଉନ ସମୟରେ ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥା(ଡ଼ିସକମ୍)କୁ ବିଜୁଳି କିଣିବା ପାଇଁ ୮୪.୯୩ କୋଟିର ରିହାତି ପ୍ରଦାନ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜଳ ଜୀବନ ମିଶନ ଅଧୀନରେ ଓଡ଼ିଶା ପାଇଁ ୮୧୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଅଧୀନରେ ଓଡ଼ିଶାର ଚିହ୍ନଟ ହୋଇଥିବା ୬୩,୨୨୨ ସହରାଂଚଳର ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର କରାଯାଇଛି । ମନରେଗା ଏବଂ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ବର୍ଷ ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୪.୫୧ ଲକ୍ଷ ଯବ୍ କାର୍ଡ୍ ଜାରୀ କରାଯାଇଛି । ଏହା ୯.୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ଓଡ଼ିଶାରେ ୭୪.୪୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । କୋଭିଡ୍-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ର ସରକାର ଦେଇଛନ୍ତି । ୮.୫୦ ଲକ୍ଷ ଏନ୍ ୯୫ ମାସ୍କ୍, ୨.୫୩ ଲକ୍ଷ ପିପିଇ କିଟ୍, ୧୩.୫ ଲକ୍ଷ ଏଚସିକ୍ୟୁ ଡୋଜ୍ ଏବଂ ୫୬୭ ଭେଣ୍ଟିଲେଟର ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ନୂଆ କୃଷି ବିଲ୍ କାରଣରୁ ରାଜ୍ୟର ଚାଷୀମାନେ ଏପିଏମସି (ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି) ମଣ୍ଡି ସମେତ ବାହାରେ ବିକ୍ରି କରିବାକୁ ମଧ୍ୟ ସାମର୍ଥ୍ୟ ହେବେ । ଏହି ନୂଆ ନୀତି ଆସିବା ଦ୍ୱାରା ଯେକୌଣସି ସ୍ଥାନରେ ଚାଷୀମାନେ କୃଷିଜାତ ସାମଗ୍ରୀ କିଣିପାରିବେ ଏବଂ ବିକ୍ରି କରିବାର ସ୍ୱାଧୀନତା ପାଇବେ ଓ ସଠିକ୍ ମୂଲ୍ୟ ପାଇପାରିବେ । ଏହି ନୂଆ କୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧା ପ୍ରଦାନ କରିବ । ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମି ଏବଂ ଫାର୍ମ ଗେଟକୁ ମଜବୁତ୍ କରିବ । କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ନାବାର୍ଡ ଦ୍ୱାରା ଓଡ଼ିଶାରେ ୨୮.୧୩ କୋଟି ମୂଲ୍ୟର ୧୦୩ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କାରଣରୁ ଓଡ଼ିଶାର ୧୫ ଲକ୍ଷ ମତ୍ସ୍ୟଚାଷୀ ଉପକୃତ ହେବେ । ପଶୁ ପାଳନ ଦୁଗ୍ଧ ଭିତ୍ତିଭୂମି ବିକାଶ ପାଣ୍ଠିରେ ୧୫ ହଜାର କୋଟି ଦ୍ୱାରା ଓଡ଼ିଶା ଓ ଭାରତବର୍ଷର ଚାଷୀମାନେ ଉପକୃତ ହେବେ । ୨୦୧୯ ରବି ଫସଲ ସମୟରେ ଓଡିଶାର ୨.୦୨ ଲକ୍ଷ ଚାଷୀ ବୀମା ଆପ୍ଲିକେସନ ଗ୍ରହଣ କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଂଟାଲ ପିଛା ୫୩ ଟଙ୍କା ବୃଦ୍ଧି କରାଯାଇଛି । ମୁଗ ଡ଼ାଲିର ଏମଏସପି କ୍ୱିଂଟାଲ ପିଛା ୧୪୬ ଟଙ୍କା, ହର ଡ଼ାଲି କ୍ୱିଂଟାଲ ପିଛା ୩୦୦, ଟୁର ଡାଲି କ୍ୱିଂଟାଲ ପ୍ରତି ଏମଏସପି ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ୨୦୨୦-୨୧ରେ ଓଡ଼ିଶା ଚାଷୀଙ୍କ ଠାରୁ ୪୯.୪୩ କୋଟି ଡାଲି ୭,୦୪୯ ଏମଏସପି ମୂଲ୍ୟରେ କିଣାଯାଇଛି । ୨୦୨୦-୨୧ରେ ୫୧୨୧ ଟଙ୍କାର ଏମଏସପି ମୂଲ୍ୟରେ ୧୦.୯୨ କୋଟିର ତୈଳଜାତ ସାମଗ୍ରୀ କିଣାଯାଇଛି । ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିମନ୍ତେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ହୋଇଛି । ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ୨୪୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରାଯିବା ଦ୍ୱାରା ୪.୪୦ ଲକ୍ଷ ଯାତ୍ରୀ ଉପକୃତ ହୋଇଛନ୍ତି । ମିଶନ ବନ୍ଦେ ଭାରତରେ ବିମାନ ଯୋଗେ ଫସି ରହିଥିବା ଲୋକଙ୍କୁ ଦୁବାଇରୁ ଭୁବନେଶ୍ୱର ଅଣାଯିବାର ବ୍ୟବସ୍ଥା ହୋଇଛି । ସହାରାଞ୍ଚଳର ଗରିବଙ୍କ ପାଇଁ ପିଏମ ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ଭଡ଼ା ଘରକୁ ବିକଶିତ କରାଯାଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜରେ ଓଡ଼ିଶାରୁ ୩୯ ଲକ୍ଷ ମୁଦ୍ରା ଶିଶୁ ଋଣ ହିତାଧିକାରୀଙ୍କୁ ୨ ପ୍ରତିଶତ ଇଣ୍ଟ୍ରେଷ୍ଟ ସବଭିନସନ୍ ଦିଆଯାଇଛି । ଓଡ଼ିଶାରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବନ୍ଧକବିହୀନ ଋଣକୁ ବୃଦ୍ଧି କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ