ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ

ଛତ୍ରପୁର ,( ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ସରକାରୀ ରେଳବାଇ ଥାନା ଅନ୍ତର୍ଗତ ପୋଡ଼ାପଦର ରେଳଧାରଣାରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାର‌୍ୟ୍ୟରତ ଜଣେ ରେଳ କର୍ମଚାରୀଙ୍କ ଉପରେ ପଲାସା – ଭୁବନେଶ୍ୱର ମେମୋ ଟ୍ରେନ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ କର୍ମଚାରୀଙ୍କ ପରିଚୟପତ୍ରକୁ ଆଧାର କରି ତାଙ୍କ ନାମ ରାଜେନ୍ଦ୍ର ରଣା ବୋଲି ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ପୋଲିସ ମୃତଦେହ ଜବତ କରି ୪୦/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ