ଦୁସ୍ଥ ପକ୍ଷାଘାତ ରୋଗୀ କୁ ସହାୟତା ପାଇଁ ନିବେଦନ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତୋଲ ବ୍ଲକ ଅନ୍ତର୍ଗତ ଆଂବେରି ଗ୍ରାମ ପଞ୍ଚାୟତ କେସେଡା ଗ୍ରାମ ନିବାସୀ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ଜଣେ ଭୂମି ହୀନ ଓ ଦିନ ମଜୁରିଆ ଭାବେ ଶ୍ରମ ନିର୍ବାହ କରି ପରିବାର ପ୍ରତିପୋଷଣ କରୁଥିଲେ l ପରିବାରରେ ଅସହାୟ ରୋଗଗ୍ରସ୍ତ ବୃଦ୍ଧା ମା ସାଙ୍ଗକୁ ପ୍ରମୋଦର ଦୁଇଟି ନାବାଳକ ପୁଅ ଅଛନ୍ତି l ତେବେ ପରିବାର ର ଏକମାତ୍ର ସାହା ଭରସା ପ୍ରମୋଦ ନିଜର ସ୍ୱଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିଲେ l ମାତ୍ର ବିଧିର ବିଧାନ ବୋଝ ଉପରେ ନଳିତା ବିଡ଼ା ପରି ପ୍ରମୋଦ ଦୀର୍ଘ ଦିନ ହେବ ପକ୍ଷାଘାତ (ପାରାଲିସିସ)ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଛନ୍ତି l ଶଯ୍ୟାଶାୟୀ ମାର ଚିକିତ୍ସା, ନିଜର ଚିକିତ୍ସା , ଛୋଟ ପିଲାଙ୍କ ମୁହଁରେ ଦାନା ଖଣ୍ଡିଏ ଦେବା ପାଇଁ, ପ୍ରମୋଦର ସ୍ତ୍ରୀ ଭିକ୍ଷା ବୃତ୍ତିକୁ ଆଦରି ନେଇଛନ୍ତି l ମାତ୍ର ଏହା ସମୁଦ୍ରକୁ ଶଙ୍ଖେ ପରି l କେଶରଡା ଗ୍ରାମର ଗ୍ରାମବାସୀ, ପ୍ରମୋଦ ଙ୍କର ସମ୍ପର୍କୀୟ ତଥା ସ୍ଥାନୀୟ ବୁଦ୍ଧିଯିବି ମାନେ ପ୍ରମୋଦଙ୍କ ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରମୋଦଙ୍କୁ ସରକାରୀ ସାହାଯ୍ୟ ମିଳିପାରିନାହିଁ l ଏ ସମ୍ପର୍କରେ ଅବଗତ ହେବl ପରେ ଅବସର ପ୍ରାପ୍ତ ଇଂ ଗଗନ ବିହାରୀ ପୃଷ୍ଟି, ରାଜ୍ୟ ମହିଳା ଉପୋଭୋକ୍ତା କଲ୍ୟାଣ ମହାସଂଘର ସମ୍ପାଦିକା ସମାଜ ସେବି ଶ୍ରୀମତୀ ସ୍ନେହମଲି ଆଚାର୍ଯ୍ୟ , ପ୍ରମୋଦ ମଲ୍ଲିକଙ୍କ ପରିବାର କୁ ସାହାଯ୍ୟ ପାଇଁ ବଦାନ୍ୟ ବ୍ୟକ୍ତି , ବିଭିନ ସ୍ବେଛାସେବୀ ସଂଗଠନ ତଥା ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି l

Share

Leave a Reply

Your email address will not be published. Required fields are marked *

Latest News
   କେ.ନୂଆଗାଁ ଥାନା ସମ୍ମୁଖରେ ଦଳୀୟ କର୍ମୀଙ୍କ ଧାରଣା ମଦ ଜବତ ; ଜେଲ ଗଲେ ୪ ଅଭିଯୁକ୍ତ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ କରୋନା ସଂକ୍ରମଣରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ବୁଗୁଡା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ
error: Content is protected !!