ଉପନିର୍ବାଚନ ପାଇଁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ତୋଫାନୀ କାର୍ଯ୍ୟକ୍ରମ

ଜଗତସିଂହପୁର, (ଅନସୂୟା ରାଉତ):ଆଗାମୀ ନଭେମ୍ବର ମାସ ୩ ତାରିଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଏହି ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାପାଇଁ ୩୦ଜଣ ବିଜେଡିର ହେଭିୱେଟ୍ ନେତାଙ୍କୁ ତିର୍ତ୍ତୋଲ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିର୍ବାଚନ ମଣ୍ଡଳୀ ଗସ୍ତ ଓ ଅଲଗା ଢାଞ୍ଚାରେ ନିର୍ବାଚନ ରଣକୌଶଳ ସମସ୍ତଙ୍କୁ ଆପ୍ୟାୟିତ କରୁଥିବା ଆଲୋଚନା ଚାଲିଛି। ପୂର୍ବରୁ ଶ୍ରୀଯୁକ୍ତ ମୁଦୁଲି ଜଣେ ସୁଦକ୍ଷ ରାଜନେତା ତଥା ସୁସଂଗଠକ ଭାବେ ପରିଚିତ ଅଟନ୍ତି। ତାଙ୍କର ରାଜନୈତିକ ଗୋଟିଚାଳନା ପାଇଁ ଦିବଂଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ଆଜି ଦଳୀୟ ଟିକେଟ୍ ପାଇ ନିର୍ବାଚନ ଲଢୁଛନ୍ତି। ଅତୀତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଗୋଷ୍ଠୀ ହୋଇ ଦଳୀୟ କନ୍ଦଳରେ ମାତି ଥିଲେ। ସମସ୍ତେ ନିଜ ନିଜର ନେତାଙ୍କ ପାଇଁ ଟିକେଟ୍ ଆଣିବା ପାଇଁ ଭିତିରି ପୂଜା ପାଠ ଆରମ୍ଭ କରିଥିଲେ। ଏହିକଳହର ସମାଧାନ ପାଇଁ ଟାଣୁଆ ନେତା ସଞ୍ଜୟ ଦାସବର୍ମା ଓ ଦେବାଶିଷ ସାମନ୍ତରାୟ ତିର୍ତ୍ତୋଲ ଆସି ହାହୋଲ୍ଲା ଭିତରେ ନିରାଶ ହୋଇ ଫେରିଥିଲେ। ପୁନଃର୍ବାର ରଘୁନାଥ ପୁର ଆସି ବର୍ତ୍ତମାନର ଚାଣକ୍ୟ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମହୋଦୟଙ୍କ ଉପସ୍ଥିତରେ ଉକ୍ତ ଦଳୀୟ କନ୍ଦଳକୁ ସମାଧାନ କରାଯାଇ ଥିଲା। ଏବେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାର ଚାଣକ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ସାରା ଜିଲ୍ଲାରେ ଆଲୋଚନା ହେଉଛି। ମୁଦୁଲି ବାବୁ ପ୍ରାୟ ଦଶବର୍ଷ ହେବ ଜଗତସିଂହପୁର ଜିଲ୍ଲାର ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ପରିଚିତ ଅଛନ୍ତି। ତେଣୁ ଜିଲ୍ଲାର ଆଠ ଗୋଟି ବ୍ଳକ୍ ନେତା କର୍ମୀ ମାନଙ୍କ ସହିତ ତାଙ୍କର ସଂପର୍କ ରହିଛି। ଅନ୍ୟ ପକ୍ଷରେ ତାଙ୍କର ଦଳଗତ ନିର୍ବିଶେଷରେ ସମସ୍ତ ଜନସାଧାରଣଙ୍କୁ କୋଳେଇ ନେବାର କଳା ରହିଛି। ଏଣୁ ଏହି ଉପନିର୍ବାଚନରେ ବିଜୟ ଶଙ୍କର ଦାସଙ୍କବିଜୟରେ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ କର୍ଣ୍ଣଧାର ହେବେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ