ନିଟ୍ ପରୀକ୍ଷାରେ ମିଲନ୍‌ସର ଅପୂର୍ବ ସଫଳାତା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଚଳିତବର୍ଷ ନିଟ୍ ପରୀକ୍ଷାରେ ମିଲନ୍‌ସ ଏକାଡ଼େମୀ ଅପୂର୍ବ ସଫଳତା ହାସଲ କରିପାରିଛି । ଏହି ଏକାଡ଼େମୀର ଛାତ୍ର ଅମିତ ନାରାୟଣ ଦାଶ ୬୮୬ ନମ୍ବର ରଖି ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ୧୭ ଜଣ ଛାତ୍ର ସଫଳତା ହାସଲ କରିପାରିଛନ୍ତି । ଆମ ଏକାଡ଼େମୀ ତରଫରୁ ଅମିତଙ୍କ ସହିତ ଆଲୋଚନା ପରେ ଛାତ୍ରଜଣକ ନିମ୍ନଲିଖିତ ବୟାନ ପ୍ରଦାନ କରିଥିଲେ । ପ୍ରଶ୍ନ-ତୁମେ କେଉଁ କୋଚିଙ୍ଗ ସେଣ୍ଟରରେ ମେଡ଼ିକାଲରେ ପ୍ରବେଶିକା ପରୀକ୍ଷାପାଇଁ ପ୍ରସ୍ତୁତ କରୁଥିଲ । ଉତ୍ତର-ମିଲନସ୍ ଏକାଡ଼େମୀ, ଭୁବନେଶ୍ୱର, ପ୍ରଶ୍ନ-ଉକ୍ତ ସଂସ୍ଥାନର ମାନ କିପରି ଥିଲା? ଉତ୍ତର-ଏହି ସଂସ୍ଥାନର ମାନ ବହୁ ଉଚ୍ଚକୋଟୀର ଥିଲାପ୍ରଶ୍ନ-ଏହାର ଲେକ୍‌ଚରମାନଙ୍କ ଗୁଣବତ୍ତା କିପରି? ଉତ୍ତର-ମିଲ୍‌ନ୍‌ସର ଲେକ୍‌ଚରମାନଙ୍କ କନ୍‌ସେପ୍ଟ କ୍ଲାରିଟ ଯାହାକି ମେଡ଼ିକାଲ ପ୍ରବେଶିକା ପରୀକ୍ଷାକୁ ସୁଦୃଢତାର ସହିତ ସମ୍ମୁଖୀନ ହେବାରେ ନିଶ୍ଚିତ ସହାୟକ ହେବ । ପ୍ରଶ୍ନ-ଦୈନିକ କେତେ ସମୟ ପରିଶ୍ରମ କରନ୍ତି? ଉତ୍ତର-ଦୈନିକ ୧୪ ଘଣ୍ଟା । ପ୍ରଶ୍ନ-ଏହାର ପରୀକ୍ଷା ପ୍ରଣାଳୀ ଏବଂ ପ୍ରଶ୍ନାବଳୀର ମାନ କିପରି ଥିଲା? ଉତ୍ତର-ବିଲ୍‌କୁଲ ନିଟ୍ ପରୀକ୍ଷାର ଅବିକଳ ଭଳି ଲାଗେ । ପ୍ରଶ୍ନ-କେଉଁ ବହିଗୁଡ଼ିକୁ ବିଶେଷତଃ ପଢାପଢି କରୁଥିଲେ? ଉତ୍ତର-ବଜାରରେ ମିଳୁଥିବା କିଛି ନିଟ୍ ଉପଯୋଗୀ ବହିସବୁ । ପ୍ରଶ୍ନ-ତୁମେ ଡ଼ାକ୍ତର ହେବାକୁ କାହିଁକି ଚାହିଁଲ? ଉତ୍ତର-କାରଣ ‘ମାନବ ସମାଜର ମଙ୍ଗଳ ହିଁ ଈଶ୍ୱରଙ୍କ ମଙ୍ଗଳ’ ଏହା ମୁଁ ଜାଣେ? ପ୍ରଶ୍ନ-କେଉଁଠି (କେଉଁ ମେଡ଼ିକାଲ କଲେଜ)ରେ ତୁମେ ପଢିବା ପାଇଁ ମନ କରୁଛ? ଉତ୍ତର-ଯଦି ସୁଯୋଗ ମିଳେ ଦିଲ୍ଲୀ ଏମ୍‌ସ/ଏମ୍‌.ଏ.ଏମ୍‌.ସି.ରେ ପଢିବା ପାଇଁ ଇଚ୍ଛା ରଖିଛି । ପ୍ରଶ୍ନ-ତୁମେ କିଭଳି ଭାବେ ଦେଶର ସେବା କରିପାରିବ ବୋଲି ଭାବୁଛ? ଉତ୍ତର-ମୁଁ ଲୋକମାନଙ୍କୁ ମୋ କାମ ମାଧ୍ୟମରେ ସଜାଗ କରାଇବି । କିପରି ଉତ୍ତମ ଖାଦ୍ୟ ହିଁ ସ୍ୱାସ୍ଥ୍ୟ ରକ୍ଷା କରେ । ଗରିବ ଏବଂ ସ୍ୱଳ୍ପ ପାଠୁଆ ଲୋକଙ୍କୁ କିପରି ମାର୍ଗଦର୍ଶନ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଓ ସମସ୍ତ ସମ୍ପଦ ଏ ବିଷୟରେ ଜାଗ୍ରତ କରାଇବା ପାଇଁ ଚେଷ୍ଟା କରିବି । ଏହି ସଫଳତା ପାଇଁ ମୋର ପିତାମାତାଙ୍କ ଆଶୀର୍ବାଦ, ପ୍ରେରଣା, ମିଲନ୍‌ସ ଏକାଡ଼େମୀର ସମସ୍ତ ଶିକ୍ଷକମାନଙ୍କର ଉଚ୍ଚକୋଟୀର ଶିକ୍ଷାଦାନ ଓ ଈଶ୍ୱରଙ୍କ ଆଶୀର୍ବାଦ, ସର୍ବୋପରି ମୋର କଠିନ ପରିଶ୍ରମ ମୋତେ ଆଜି ସଫଳ କରାଇ ପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ