ରାସନ୍ କିରୋସିନି ଘରେ ରଖି ଡିଲର୍ ଥାନାରେ

ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ କୃଷ୍ଣଦାସପୁର ପଞ୍ଚାୟତ ଖାଙ୍ଖରପୁର ଗ୍ରାମର ଜଣେ ଜଣାଶୁଣା ରାସନ ସାମଗ୍ରୀ ହଡପ୍ କାରୀ ଡିଲର୍ ବାଲିକୁଦା ଥାନାକୁ ଘୋଷଡା ହୋଇଛନ୍ତି। ସେ ପ୍ରତି ବର୍ଷ ଏହିପରି ଚାଉଳ, ଗହମ,କିରୋସିନି ଚୋରାନ୍ତି ଥାନାକୁ ଯାଆନ୍ତି। ପୁଣି ଅର୍ଥ ଖର୍ଚ୍ଚ କରି କିଛି ଦିନ ପରେ ଘରକୁ ଫେରନ୍ତି। ସେ ଡ୍ରମ୍ ଡ୍ରମ୍ କିରୋସିନି ଏରସମା ଘେରିକୁ ପଠାନ୍ତି। କୌଣସି ସୂତ୍ରରୁ ଖବର ପାଇ ବାଲିକୁଦା ପୋଲିସ ସମ୍ପୃକ୍ତ ପଣ୍ଡା ଡିଲରଙ୍କ ଘରେ ପହଞ୍ଚି ୧୨୦୦  ଲିଟର୍ କିରୋସିନି ଜବତ କରିଥିଲେ। ସମ୍ପୃକ୍ତ ଡିଲରଙ୍କୁ ଥନାକୁ ନେଇଥିଲେ। ଡିଲର ଗଚ୍ଛିତ ଥିବା କିରୋସିନିର ହିସାବ ନ ଦେବାରୁ ତାଙ୍କ ନାମରେ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲେ। ଏ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ