କିନ୍ନର ମାନଙ୍କ ସମସ୍ୟା କୁ ନେଇ ଏସ.ଏସ.ଇ.ପି.ଡି ସଚିବଙ୍କ ସହ ଆଲୋଚନା

ଭୁବନେଶ୍ୱର,(ୱାଇଏନ୍ଏସ୍): କୋରନା ମହାମାରୀ ସମୟରେ ସାରା ଦେଶରେ ଅର୍ଥନୀତି ଭୁଶୁଡି ପଡିଥିବା ବେଳେ ସେଥିରୁ କିନ୍ନର ମାନେ ବାଦ ଯିବେ କିପରି ? ଦେଖିବାକୁ ଗଲେ ଦେଶରେ ଥିବା ହଜାର ହଜାର କିନ୍ନର ସବୁଠାରୁ କ୍ଷତିଗ୍ରସ୍ତ ହେବା ସହ ସେମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି | ନିଜର ପେଟ ଚାଖଣ୍ଡକ ପୂରଣ କରିବା ପାଇଁ ଟ୍ରାଫିକ ଛକ ହେଉ କିମ୍ବା ଦୋକାନ ମାନଙ୍କରେ ମାଗି ମାଗି ପେଟ ପୋଷୁଛନ୍ତି | ଏହି ସମୟରେ ବଡ ଦୁଃଖର ବିଷୟ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କିନ୍ନର ମାନଙ୍କୁ କିଛି ଦେଇ ତ ପାରୁନାହାନ୍ତି ଅଥଚ ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ସହ ପୋଲିସକୁ ସେମାନଙ୍କ ବିରୋଧରେ ମିଛ ଅଭିଯୋଗ କରିଥାନ୍ତି | ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ନୂତନ ଟ୍ରାଫିକ ଡିସିପି ଶ୍ରୀମତୀ ମିଶ୍ରା କିନ୍ନର ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସହିତ ଆଲୋଚନା କରିଛନ୍ତି | ଏଥିରେ ସୁଇଟି କିନ୍ନର ସବୁ ସମସ୍ୟା ,ସରକାରଙ୍କର ମୌନବ୍ରତ ,ଲୋକମାଙ୍କର ନିର୍ଯାତନା ବିଷୟରେ କହିବା ପରେ ଶ୍ରୀମତୀ ମିଶ୍ରା ଦୁଃଖ ପ୍ରକାଶ କରିବା ସହିତ କଟକ,ଭୁବନେଶ୍ୱରରେ ଥିବା ତୃତୀୟାଲିଙ୍ଗି ମାନେ କିପରି ଭାବରେ ଟ୍ରାଫିକ ବା ଛକ ମାନଙ୍କରେ ନ ମାଗି ନିଜେ କିପରି ସମାଜ ସ୍ରୋତରେ ସାମିଲ ହୋଇ ନିଜର ଗୁଜୁରାଣ ମେଣ୍ଟାଈ ପାରିବେ | ସେ ବିଷୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ପ୍ରମୁଖ ସଚିବ ,ଅଧକ୍ଷ,ମହିଳା ଏବଂ ଶିଶୁ ବିକାଶ ବିଭାଗର ସଚିବଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଆଲୋଚନା କରିଥିଲେ | ଏଥିରେ ଓଡିଶା କିନ୍ନର ଓ ତୃତୀୟାଲିଙ୍ଗି ମହା ସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ,ଟ୍ରାଫିକ ପୋଲିସ ଉପଆୟୁକ୍ତ କିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ