ଓଡିଶା ଜିବୀକା ମିଶନରେ ଅନିୟମିତତା ଅଭିଯୋଗ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଓଡିଶା ଜୀବିକା ମିଶନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ବିଏଲସି ମାନଙ୍କ ଦ୍ୱାରା ଅନିୟମିତତା ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ମିଳିଥିବା ଅଭିଯୋଗ ଅନୁଯାୟୀ ନାଆମୀ ପଞ୍ଚାୟତ ଅଧିନ ମିଶନଶକ୍ତି ମହିଳା ମଣ୍ଡଳର ଏସଏଚଜି ସଭ୍ୟା ମାନଙ୍କୁ ବିଏଲସି ଦିଦି ଦୁର୍ବ୍ୟବହାର କରୁଛନ୍ତି । ସଭ୍ୟାମାନଙ୍କୁ ସେ କିଛି ଜଣାଉନଥିବାବେଳେ ନିଜର ବିଶ୍ୱସ୍ତ ଲୋକଙ୍କୁ ସ୍ୱାର୍ଥ ସାଧନ ପାଇଁ ବିଏଲସି ସମସ୍ତ କଥା ଜଣାଉଥିବା ଅଭିଯୋଗ ହେଉଛି । ନିୟମ ଅନୁଯାୟୀ ଯେଉଁଭଳି ବୈଠକ ହେବାକଥା ସେଭଳି ହେଉନାହିଁ ଓ ଭିତିରିଆ ଅର୍ଥ କାରବାର ସହିତ କାଗଜପତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ସଭ୍ୟାମାନେ ବିଡିଓଙ୍କୁ ଜଣାଇଛନ୍ତି । ଆଞ୍ଚଳିକ ମଞ୍ଚର ସଭ୍ୟାମାନେ ଯେଉଁ ପଦବୀ ପାଇଁ ଆବେଦନ କରିଛନ୍ତି ସେଥିରୁ କିଛି ନକଲି ଦସ୍ତଖତ ସମ୍ବଳିତ ଆବେଦନ ଥିବା ଜଣାପଡିଛି । ବିଏଲସି ଦିଦି ବୈଠକ ଡାକିବା ପାଇଁ ଗୋଟିଏ ସମୟ ଧାର୍ଯ୍ୟ କରୁଥିବାବେଳେ ପରବର୍ତ୍ତୀ ସମୟରେ ନିଜ ଇଚ୍ଛା ଅନୁଯାୟୀ ବୈଠକ କରୁଛନ୍ତି । ମହିଳା ସଭ୍ୟାମାନେ ଏସବୁର ପ୍ରତିବାଦ କଲେ ମୋର ଯେତେବେଳା ଯାହା ଇଚ୍ଛା କରିବି ବୋଲି ବିଏଲସି କହୁଥିବା ସଭ୍ୟାମାନେ ଅଭିଯୋଗ କରିଛନ୍ତି । ତେଣୁ ମିଶନ ଶକ୍ତି ଭଳି ଗୁୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବିଡିଓଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ