୪ଚୋର ଥାନାରେ ଅଟକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ପୋଲିସ ଚାରିଜଣ ଚୋରଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ପ୍ରାୟ ୧୧.୩୦ମି. ସମୟରେ ଜାତୀୟ ରାଜପଥର ବସ ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ୪ଜଣ ଚୋର ଲ୍ୟାଣ୍ଡଲାଇନ ତାରକୁ କାଟୁଥିଲେ । ବର୍ତ୍ତମାନ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାବେଳେ ବିଏସଏନଏଲ ବିଭାଗ ପକ୍ଷରୁ ନୂଆ କେବୁଲ ଲ୍ୟାଣ୍ଡଲାଇନ ବିଛା ଯାଉଛି । ତାର ବିଛା ସରିବା ପରେ ସେଥିରେ ସମ୍ପୂର୍ଣ୍ଣ ମାଟି ଢଙ୍କା ଯାଇନଥିବାବେଳେ ଚୋରମାନେ ଏହାର ସୁଯୋଗ ନେଇ ତାରକୁ କାଟୁଥିଲେ । ସାବଳ ଓ କୋଦାଳ ଦ୍ୱାରା କହରାପୋଖରୀ ଅଞ୍ଚଳର ଚାରି ଚୋର ତାରକୁ କାଟୁଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ । ଏହାପରେ ଥାନାକୁ ଖବର ଦିଆଯାଇଥିବାବେଳେ ପୁଲିସ ଚାରି ଚୋରକୁ ଗିରଫ କରି ପଚରା ଉଚୁରା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ