ଥାନାରେ ମଦ୍ୟପାନ କରିବା ପଡିଲା ମହଙ୍ଗା; ନିଲମ୍ବିତ ହେଲେ ପୋଲିସ ଏସଆଇ 

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ଥାନାରେ କାର୍ଯ୍ୟରତ ଏସଆଇ ବିବେକାନନ୍ଦ ସାହୁ ଖୁଲମଖୁଲା ଭାବେ ପୋଲିସ ବ୍ୟାରେକରେ ବସି ମଦ୍ୟପାନ କରିବା ସହିତ ଚୋରା ମଦ ବେପାରୀଙ୍କ ସହ ସଂପର୍କ ରଖି ମଦ ଓ ମାଂସ ଆଦି ମାଗିବା ଅଡିଓ ଓ ଫଟୋ ସୋସିଆଲ ମିଡିଆରେ ମଙ୍ଗଳବାର ଭାଇରାଲ ହୋଇଥିଲା । କାର୍ଯ୍ୟରତ ପୋଲିସ ଅଫିସରଙ୍କର ଉକ୍ତ ଫଟୋ ଭାଇରାଲ ହେବା ପରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆରଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ପ୍ରିୟରଂଜନ ଶତପଥୀ ତଦନ୍ତ କରିବା ପାଇଁ ବୁଧବାର ନାଉଗାଁ ଥାନାରେ ପହଂଚିଥିଲେ । ତଦନ୍ତ ରିପୋର୍ଟ ପାଇବା ପରେ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଏସଆଇ ବିବେକାନନ୍ଦ ସାହୁଙ୍କୁ ନିଲମ୍ବନ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ ଉକ୍ତ ଏସଆଇ ଯେବେ ଡିସିଓ ଦାୟିତ୍ୱରେ ରୁହନ୍ତି ଯେଉଁ ଅଭିଯୋଗ ପତ୍ର ଗ୍ରହଣ କରନ୍ତି ତାହାର ଅପରପକ୍ଷକୁ ଡକାଇ କାଉଂଟର ଏତଲା କରିବା ସହିତ ମୋଟା ଅଙ୍କର ଉତ୍କୋଚ ନେଇଥାନ୍ତି । ସେହିପରି ଉକ୍ତ ବ୍ଳକରେ ଚେରା ବାଲି ଚାଲାଣ,ଜୁଆ,ଗଂଜେଇ,ଚେରା ମଦ ବେପାର ରେ ସଂପୃକ୍ତ ଅଧିକାରୀ ଙ୍କର ସଂପୃକ୍ତି ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ