ସଦଗୁରୁଦେବଙ୍କ ମହାପ୍ରୟାଣରେ ସାଧୁମେଳା

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣିଆଜୋଡି ଗ୍ରାମର ନିରାକାର ବ୍ରହ୍ମ ଆଶ୍ରମର ଗୁରୁଦେବ ଶ୍ରୀମଦ ସ୍ୱାମୀ ବୃନ୍ଦାବନ ଦାସ ଶର୍ମାଙ୍କର ମୟାପ୍ରୟାଣରେ ସାଧୁ ବୈଷ୍ଣବ ନୀତିରେ ତାଙ୍କର ଏକବିଂଶତମ କ୍ରୀୟା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସିଦ୍ଧଗିରିମଠର ବାବାଜୀ ସନ୍ଥ ବି୍‌ବନାଥ ଦାସଙ୍କ ଦ୍ୱାରା ସ୍ୱାମୀଜିଙ୍କ ପ୍ରତିମୃର୍ତ୍ତୀ ପ୍ରତିଷ୍ଠା ହୋଇଥିଲା । ପରେ ଆଶ୍ରମର ଗୁରୁଭାଇ/ ଭଉଣୀ ମାନଙ୍କ ଦ୍ୱାରା ବିଭିନ୍ନ ଆଶ୍ରମରୁ ଆସିଥିବା ସାଧୁସନ୍ଥଙ୍କ ପୂଜାର୍ଚ୍ଚନା କରାଯିବା ସହ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସନ୍ଥ ବିଶ୍ୱନାଥ ଦାସଙ୍କ ପୌରହିତ୍ୟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ରଶ୍ମୀରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୋଲକ ବିହାରୀ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱର୍ଗତ ସ୍ୱାମୀଜିଙ୍କ ପ୍ରିତ୍ୟର୍ଥେ ଏକ ସ୍ମରଣୀକା ‘ଅଲିଭା ଅସ୍ତରାଗ’ ଉନ୍ମୋଚନ କରାଯାଇଥିଲା । ସଭାରେ ସ୍ୱାମୀ କୌସ୍ତୁଭ ବ୍ରହ୍ମଚାରୀ, ସ୍ୱାମୀ ଜ୍ଞାନାନନ୍ଦ ଗିରି, ସ୍ୱାମୀ ଜଗତ ଜୀବନ ଦାସ, ମାୟାଧର ବାବା, ସ୍ୱାମୀ ସୁଦର୍ଶନ ଦାସ, ବାବନ ଦାସ, ମନ୍ଦାକିନୀ ଦାସ, ନୀଳମାଧବ ଦାସ, ଜଗନ୍ନାଥ ଦାସ, ଭଗବାନ ଦାସ, ପ୍ରଫୁଲ ଦାସ, ଆଦିତ୍ୟ ନାରାୟଣ ଦାସ, ଗୁରୁଭାଇ ପ୍ରଭାକର ମହାପାତ୍ର, ରବି ନାରାୟଣ ପଟ୍ଟନାୟକ, ରବିନ୍ଦ୍ର ରାଉତ, ଗୌତ୍ତମ ଗିରି, ସୁବ୍ରତ ଭାଇ, ରାଜୁ ଭାଇ, ବଳରାମ ଭାଇ, ସରସ୍ୱତୀ ସାହୁ, ହାଡିବନ୍ଧୁ ଓଝା ପ୍ରମୁଖ ସ୍ୱର୍ଗତ ସ୍ୱାମୀଜିଙ୍କ ସ୍ମୃତି ଚାରଣ କରିଥିଲେ । ସାଧୁସନ୍ଥ ଓ ଗୁରୁଭାଇଙ୍କ ଉପସ୍ଥିତିରେ ଗୁରୁମା ଆଶ୍ରମର ଦାୟିତ୍ୱ ଗୁରୁଭାଇ ଶ୍ରୀକାନ୍ତ ପଟ୍ଟନାୟକଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ମାଧବାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜଗନ୍ନାଥ, ଅଚ୍ୟୁତ, ସନ୍ତୋଷ, ଜିତେନ୍ଦ୍ର, ଚିନୁଆ, ବାଜୁ, କମଳାକାନ୍ତ, ଗୌରହରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ