ନାଇପର ପରୀକ୍ଷାରେ ଅନନ୍ୟା କୁମାରୀ ଆୟଚଙ୍କ ସଫଳତା 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ସର୍ବଭାରତୀୟ ସ୍ଥରରେ ଏନ.ଆଇ.ପି.ଇ.ଆର ପ୍ରବେଶିକା ପରୀକ୍ଷାରେ ହାଟଡିହି ବ୍ଲକର ଅନନ୍ୟା କୁମାରୀ ଆୟଚ ସଫଳତାର ସହ କୃତ୍ତିତ୍ୱ ଅର୍ଜନ କରିଛନ୍ତି । ସୋସୋ ପଞ୍ଚାୟତ ନିମଦାନୀ ଗ୍ରାମର ସୁରେନ୍ଦ୍ର ଆୟଚ ଓ ମନୋଜ ମଞ୍ଜରୀ ଆୟଚଙ୍କ ଝିଅ ଅନନ୍ୟା ସର୍ବଭାରତୀୟ ସ୍ତରରେ ୨୦୨ର‌୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି । ସେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସନ୍ୟାସୀ ବିଶ୍ୱାଳ ଓ କବିତା ମଞ୍ଜରୀ ବିଶ୍ୱାଳଙ୍କ ନାତୁଣୀ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ସୋସୋ, ବାଲିବରେଇ ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି । ସେ ବାଣିବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ ।ଏବେ ସେ ହାଇଦ୍ରାବାଦ ସ୍ଥିିତ ଏନ.ଆଇ.ପି.ଇ.ଆର ରିସର୍ଚ ସେଣ୍ଟରରେ ଅଧ୍ୟୟନ କରିବା ପାଇଁ ମନୋନୀତ ହୋଇଛନ୍ତି । ଏଭଳି ସଫଳତାରେ ତାଙ୍କର ମାମୁଁ ପ୍ରଫେସର ରାଧାକୃଷ୍ଣ ବିଶ୍ୱାଳ, ମାଇଁ ଡାକ୍ତର ରୀନା ବଳ, ମାଉସୀ ଉଚ୍ଚ ଶିକ୍ଷା ବିଭାଗର ଉପ ଶାସନ ସଚିବ ବୀତାରାଣୀ ବିଶ୍ୱାଳ, ମଉସା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନିଜୀବି ମୁକେଶ କୁମାର ବିଶ୍ୱାଳ, ବଡ ଭାଇ ନିର୍ଲେପ କୁମାର ଆୟଚ, ସାନଭାଇ ଜନ୍ମେଶ କୁମାର ବିଶ୍ୱାଳ, ସାନ ଭଉଶୀ ଓଁମକାରମୟୀ ବିଶ୍ୱାଳ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ଖୁସିବ୍ୟକ୍ତ କରିବା ସହିତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ତାଙ୍କର ଶୁଭକାମନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ