ନବଦୁର୍ଗା ପୂଜନ : ମା’ ସ୍କନ୍ଦମାତା

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ମା’ ଦୁର୍ଗାଙ୍କର ପଞ୍ଚମ ସ୍ୱରୂପରେ ସ୍କନ୍ଦମାତା ହିସାବରେ ସଚରାଚର ଅଭିହିତ । ଭଗବାନ ସ୍କନ୍ଦ ‘କୁମାର କାର୍ତ୍ତିକେୟ’ ନାମରେ ମ୍ମ ବିଦିତ । ଦେବାସୁରମାନଙ୍କ ଯୁଦ୍ଧରେ ଦେବତାମାନଙ୍କର ସେନାପତି ଥିଲେ କାର୍ତ୍ତିକେୟ । ପୁରାଣରେ ସେ ‘କୁମାର’ ଏବଂ ‘ଶକ୍ତିଧର’ ଭାବେ ମହିମାନ୍ୱିତ । ଏହାଙ୍କର ବାହନ ମୟୂର ।
ସ୍କନ୍ଦଙ୍କର ମାତାଥିବାରୁ ଦୁର୍ଗାଙ୍କର ପଞ୍ଚମ ସ୍ୱରୂପରେ ତାଙ୍କୁ ସ୍କନ୍ଦମାତା କୁହାଯାଏ । ନବଦୁର୍ଗା ଉପାସନରେ ଏହାଙ୍କ ସ୍ଥାନ ପଞ୍ଚମ ଦିବସରେ ହୁଏ । ଏହିଦିନ ସାଧକର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ରୁହେ । ଏହି ପୂଜାରେ ସ୍କନ୍ଦମାତାଙ୍କ ବିଗ୍ରହର କୋଳରେ ବାଳ ସ୍କନ୍ଦ ମଣ୍ଡନ କରିଥା’ନ୍ତି । ଏହାହିଁ ମାତୃତ୍ୱର ପ୍ରତୀକ । ଏ ରୂପରେ ତାଙ୍କର ଚାରୋଟି ଭୂଜା ଥାଏ । ଏହାଙ୍କର ଡାହାଣପଟ ଉପର ବାହୁରେ ଭଗବାନ ସ୍କନ୍ଦ କୋଳଗ୍ରତ ଥା’ନ୍ତି ଏବଂ ଡାହାଣ ପଟର ତଳ ହସ୍ତରେ ଉପରକୁ ଉଠିବାସ୍ଥାରେ ହାତରେ ପଦ୍ମ‘ୁଲ ଶୋଭାପାଏ । ବାଁ ପଟର ଉପରହସ୍ତ ବର ମୁଦ୍ରାରେ ଏବଂ ନିମ୍ନ ହସ୍ତରେ ଉପରକୁ ଉଠିବାସ୍ଥାରେ ସେହି ପଦ୍ମ‘ୁଲ ଥାଏ । ରଂଗରେ ମା’ ଶୁଭ୍ର । ସେ ପଦ୍ମାସନା । ତାଙ୍କ ବାହନ ସିଂହ ।
ନବରାତ୍ର ପୂଜନର ପଞ୍ଚମ ଦିନରେ ଦୁର୍ଗା ପୂଜାର ପୁଷ୍କଳ ମହତ୍ୱ ଅଛି । ଏହି ଅବସ୍ଥାରେ ସାଧକର ମନ ସମସ୍ତ ବାହ୍ୟ କ୍ରିୟା ଓ ଚିତ୍ତାବୃତ୍ତିର ଲୋପ ଘଟିଥାଏ । ସେ ବିଶୁଦ୍ଧ ଚେତନ ସ୍ୱରୂପରେ ଧାବମାନ ଥାଏ । ଏହାର ମନ ସମସ୍ତ ମୌଳିକ ବା ଭୌତିକ, ସାଂସାରିକ ଓ ମାୟିକ ବନ୍ଧନରୁ ମୁକ୍ତ ଥାଏ ଏବଂ ମାତା ପଦ୍ମାସନା ସ୍ୱରୂପରେ ପୂର୍ଣ୍ଣ ଭାବରେ ତଲ୍ଲୀନ ବା ନିମଗ୍ନ ଥାଏ । ଏହି ପୂଜା ଏବଂ ଉପାସନା ନିମନ୍ତେ ସାବକଙ୍କୁ ଅନେକ ସତର୍କତା ଓ ଏକାଗ୍ରତା ଅବଲମ୍ବନ କରିବାକୁ ପଡ଼େ ।
ସ୍କନ୍ଦମାତା ଉପାସନାରେ ଭକ୍ତର ସମସ୍ତ ଅଭିଳାଷ ପୂର୍ଣ୍ଣ ହୁଏ । ଏମିତିକି ପରଲୋକରେ ପରମଶାନ୍ତି ଓ ସୁଖ ମିଳେ । ତା’ପାଇଁ ମୋକ୍ଷ ଦ୍ୱାର ସୁଲଭ ଓ ମୁକ୍ତ ଥାଏ ।
ଏହି ପୂଜାରେ ଦୁଇଟି ପୂଜା ଏକ ସମୟରେ ହୁଏ । ପ୍ରଥମତଃ ସ୍କନ୍ଦାମାତାଙ୍କର ଏବଂ ଦ୍ୱିତୀୟତଃ ତାଙ୍କ କୋଳଶ୍ରିତ ବାଳୁତ ଭଗବାନ ସ୍କନ୍ଦଙ୍କର । ଏଥିପାଇଁ ସ୍କନ୍ଦମାତାଙ୍କ ଉପାସନା ପ୍ରତି ବିଶେଷ ୍ମାନ ଦିଆଯାଇଥାଏ ।
ସ୍କନ୍ଦମାତା ସୂର୍ଯ୍ୟ ମଣ୍ଡଳାଧୀଶ ଦେବୀ ହେତୁ ତାଙ୍କ ଭକ୍ତ ଓ ଉପାସକମାନେ ଆଲୌକିକ ତେଜର ଅଧିକାରୀ ଥାଆନ୍ତି ଏବଂ ନିଜସ୍ୱ କ୍ରାନ୍ତିରେ ଝଟକନ୍ତି । ସେମାନଙ୍କ ଚତୁଃପାଶ୍ୱର୍ରେ ଏକ ଅଦୃଶ୍ୟ ଆଲୌକିକ ପ୍ରଭାମଣ୍ଡଳ ବିରାଜମାନ କରୁଥାଏ ଏବଂ ଏହା ତାଙ୍କର ଯୋଗକ୍ଷମତା ନିର୍ବହନ କରୁଥାଏ ।
ଏଣୁ ଏକାଗ୍ରତା ଭାବେ ମନକୁ ପବିତ୍ର ରଖି ମା’ଙ୍କର ଶରଣାପନ୍ନ ହେବା ଉଚିତ୍ । ଏହି ଭବସାଗରରୁ ମୁକ୍ତି ପାଇବାକୁ ହେଲେ ମା’ଙ୍କର ଶରଣବିନା ଭିନ୍ନ ପନ୍ଥା ଆଉ କିଛି ନାହିଁ ।
ସିଂହାସନ ଗତା ନିତ୍ୟଂ ପଦ୍ମାଶ୍ରିତ କରଦ୍ୱୟା
ଶୁଭଦାସ୍ତୁ ସବା ସଦାଦେବୀ ସ୍କନ୍ଦମାତା ଯଶସ୍ୱିନୀ ।
… ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।ା

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ