ନବଦୁର୍ଗା ପୂଜନ ନବମ ଦିବସ : ସିଦ୍ଧିଦାତ୍ରୀ

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ମା’ ଦୁର୍ଗାଙ୍କର ନବମ ସ୍ୱରୂପରେ ସିଦ୍ଧିଦାତ୍ରୀ ଭାବେ ଅଭିହିତ । ତାଙ୍କ ନାମକରଣରୁ ତାଙ୍କ କାର୍ଯ୍ୟାବଳୀ ସଂପର୍କରେ ଜଣାପଡ଼େ । ମାର୍କେଣ୍ଡେୟ ପୁରାଣ ମତେ ଏ ଦେବୀ ଆଠ ପ୍ରକାର ସିଦ୍ଧି ଯଥା ଅଣିିମା ମହିମା, ଗାରିମା, ଲଘିମା, ପ୍ରାପ୍ତି ପ୍ରାକାଭ୍ୟ, ଇଶିତ୍ୱ ଏବଂ ବଶିତ୍ୱର ଅଧିକାରିଣୀ ଅଟନ୍ତି । ଯାହାକି ସେ ତାଙ୍କ ଉପାସକମାନଙ୍କୁ ମଞ୍ଜୁରି କରିଥା’ନ୍ତି । ବ୍ରହ୍ମ ବୈବର୍ତ୍ତ ପୁରାଣ ଶ୍ରୀକୃଷ୍ଣ ଜନ୍ମଖଣ୍ଡ ଅନୁସାରେ ଏହା ଅଠର ପ୍ରକାରର ଯଥା ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାଭ୍ୟ, ମହିମା, ଈଶ୍ୱିତ୍ୱ, ବାଶିତ୍ୱ, ସର୍ବକାମବସାୟିତା, ସର୍ବଜ୍ଞତ୍ୱ, ଦୂର ଶ୍ରବଣ, ପରକାୟ, ପ୍ରବେଷଣ, ବାକ୍‌ସିଦ୍ଧି, କଳ୍ପବୃକ୍ଷତ୍ୱ, ସୃଷ୍ଟି ସଂହାର କରଣ ସାମର୍ଥ୍ୟ, ଅମରତ୍ୱ, ସର୍ବନାୟକତ୍ୱ ଭାବନା ଏବଂ ସିଦ୍ଧି ।
ଏଣୁ ମା’ ସିଦ୍ଧିଦାତ୍ରୀ ତାଙ୍କ ଭକ୍ତ ଓ ଉପାସକମାନଙ୍କୁ ସବୁକିଛି ପ୍ରାପ୍ତି କରାଇବାରେ ସମର୍ଥ । ଏହା ଭଗବାନ ଶିବଙ୍କର ମା’ଙ୍କ ପ୍ରତି ଦୟା । ତାଙ୍କରି କାରଣରୁ ଶିବଙ୍କର ଅର୍ଦ୍ଧେକ ଶରୀର ଦେବୀଙ୍କର ଥିଲା । ଏଣୁ ଶିବଙ୍କୁ ଏହି କାରଣରୁ ଅର୍ଦ୍ଧନାରୀଶ୍ୱର ବୋଲି କୁହାଯାଏ ।
ଏ ଦେବୀଙ୍କର ଚାରୋଟିଭୂଜ । ତାଙ୍କର ବାହନ ସିଂହ ଏବଂ ସେ ପଦ୍ମ‘ୁଲ ଉପରେ ଆସୀନ । ଏହାଙ୍କର ଡାହାଣପଟ ଉପରେ ହସ୍ତରେ ଗଦା ଓ ନିମ୍ନହସ୍ତରେ ଚକ୍ର ଏବଂ ବାମପଟ ଉପର ହସ୍ତରେ ପଦ୍ମପୁଷ୍ପ ଓ ତଳହସ୍ତରେ ଶଙ୍ଖ । ନବଦୁର୍ଗା ପୂଜାନର ନବମ ଦିନରେ ମା’ଙ୍କୁ ଏହି ବିଗ୍ରହରେ ପୂଜା ଏବଂ ଆରଧନା କରାଯାଏ । ତେବେ ସଂପୂର୍ଣ୍ଣ ପବିତ୍ରତା ଓ କାଷ୍ଠାର ସହିତ ଏହା କରିବାକୁ ହୁଏ । ଏହି ପୂଜାରେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ହେଲେ ସୃଷ୍ଟିର ସବୁକିଛି ପ୍ରାପ୍ତି କରିହୁଏ ଏବଂ ବ୍ରହ୍ମାଣ୍ଡ ବିଜୟ କରିହୁଏ । ଏଣୁ ମା’ଙ୍କ କୃପାପାଇଁ ପ୍ରତ୍ୟେକ ପ୍ରଯତ୍ନ କରିବା ଉଚିତ୍ ।
ଏ ଦେବୀଙ୍କ ଉପାସକକୁ ଦୁଃଖରୁ ନିର୍ଲିପ୍ତ ରଖି ସୁଖପ୍ରଦାନ କରେ ଏବଂ ଅନ୍ତିମେ ମୋକ୍ଷ ପ୍ରାପ୍ତି ନିମନ୍ତେ ପଥ ସୁଗମ କରେ ।
ନବଦୁର୍ଗା ପୂଜନରେ ସିଦ୍ଧିଦାତ୍ରୀ ହେଉଛନ୍ତି ଅନ୍ତିମ ଦୁର୍ଗା । ତାଙ୍କ ବିନା ପୂର୍ବ ଅଷ୍ଟଦୁର୍ଗାଙ୍କ ଦ୍ୱାରା ପ୍ରଦତ୍ତସିଦ୍ଧି ସଂପୂର୍ଣ୍ଣ ‘ଳବତୀ ହୋଇପାରେ ନାହିଁ । ଏ ଦେବୀ ସକଳ ଆଲୌକିକ ଏବଂ ଲୌକିକ କାମନାକୁ ତାଙ୍କ ଉପାସକ ବା ସାଧକଙ୍କୁ ପୂର୍ଣ୍ଣ କରାନ୍ତି । ସେ ହେଉଛନ୍ତି ତାଙ୍କ ଭକ୍ତର ଆଶାର ପରିପୂର୍ଣ୍ଣ କୁମ୍ଭ । ତାଙ୍କ କରଣାରୁ ସମସ୍ତ ବିଷୟ-ଭୋଗ-ଶୁନ୍ୟ ହୁଏ । ଯିଏ ମା’ର ଆଶୀର୍ବାଦ ପାଏ, ସେ ପରମ ପାଦ ଛୁଏଁ । ତା’ ପାଇଁ ସମସ୍ତ ପାର୍ôଥବ ପଦାର୍ଥର ଆଉ ଆବଶ୍ୟକତା କ’ଣ ବା ଥାଏ?
ଆସନ୍ତୁ ମା’ଙ୍କର କରୁଣାପାଇଁ ନିୟମନଷ୍ଟ ସାଧନା କରିବା; ତାଙ୍କୁ ୍ମାନ, ସ୍ମରଣ, ପୂଜନ ଏବଂ ଉପାସନା କରିବା । ଏଦେହ, ଏମନ, ଏପ୍ରାଣ – ସକଳକୁ ତାଙ୍କ ପାଖରେ ନିସର୍ତ୍ତ ସମର୍ପଣ କରିଦେବା ।
ସିଦ୍ଧ ଗନ୍ଧର୍ବୟକ୍ଷା ଦୌର ସୁରୈ ରମରୈରପି ।
ସେବ୍ୟମାନା ସଦା ଭୂୟାତ୍ ସିଦ୍ଧିବା ସିଦ୍ଧିଦାୟିନୀ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ