ସୁଧାର ଦ୍ୱାର ଦେଶରେ ଅର୍ଥନୀତି

ଭୁବନେଶ୍ୱର,(ୱାଇଏନ୍ଏସ୍): କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଅର୍ଥନୀତି ସୁଧାର ପଥକୁ ଫେରୁଛି। ସୁଧାର ପ୍ରକ୍ରିୟା ଦ୍ବାରଦେଶରେ ଦେଶ ପହଞ୍ଚିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। କରୋନା ପାଇଁ ଦେଖାଦେଇଥିବା ଆହ୍ବାନକୁ ନୀତି ନିର୍ଧାରକମାନେ ଅତିକ୍ରମ କରିପାରିବେ ବୋଲି ସେ ବିଶ୍ବାସ ପ୍ରକଟ କରିଛନ୍ତି। ତେବେ ମହାମାରୀ ପରବର୍ତୀ ସମୟ ପାଇଁ ସରକାରଙ୍କୁ ଆର୍ଥିକ ରୂପରେଖ ବିଷୟରେ ଜଣାଇବାକୁ ପଡ଼ିବ ବୋଲି ଶକ୍ତିକାନ୍ତ କହିଛନ୍ତି।ମହାମାରୀ ଯୋଗୁଁ ଦେଖାଦେଇଥିବା ସ୍ଥିତିର ମୁକାବିଲା କରିବା ଲାଗି ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାଗୁଡ଼ିକୁ ନିଜର ପାଣ୍ଠିକୁ ଦୃଢ଼ କରିବାକୁ ହେବ। ଏହା ହେଲେ ଅଭିବୃଦ୍ଧିକୁ ବଳ ମିଳିବ ବୋଲି ସେ କହିଛନ୍ତି । ଆଗାମୀ ମାସଗୁଡ଼ିକରେ ଋଣ ପ୍ରଦାନକାରୀମାନେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ କାମ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ବ୍ୟାଙ୍କ ଓ ଅଣ ବ୍ୟାଙ୍କ କ୍ଷେତ୍ରରେ ପ୍ରଶାସନିକ ସଂସ୍କାର ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ବୋଲି ସେ କହିଛନ୍ତି। ମହାମାରୀ ମୁକାବିଲା ଲାଗି ସରକାର ବର୍ତ୍ତମାନ ସୁଦ୍ଧା ଉତ୍ତମ ପଦକ୍ଷେପ ଗ୍ରହଣ କରିଛନ୍ତି। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମ୍ପ୍ରସାରଣ କରିଛି ଓ ନୂତନ ଉପକରଣ ମୂତୟନ କରିଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ