ସ୍ତ୍ରୀ ଆଖି ଆଗରେ ସ୍ୱାମୀଙ୍କୁ ନୃଶଂସ ଭାବେ ହତ୍ୟା; ଥାନାରେ ମାମଲା

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର ସରପଞ୍ଚ ମନ୍ଦାକିନି ମଲିକଙ୍କ ବାପା ପନ୍ଦରମଲିକ(୬୨)ଙ୍କୁ ବୁଧବାର ସକାଳେ ମୁଖାଧାରୀ ଦୁର୍ବୁର୍ତ୍ତ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ସ୍ତ୍ରୀ ଓ ପୁଅ ସମ୍ମୁଖରେ ବାପାକୁ ହତ୍ୟା କରିବା ଘଟଣା ସମଗ୍ର ଥାନାଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତମାଙ୍ଗି ଉପର ସାହିରେ ରହୁଥିବା ୬୨ ବର୍ଷୀୟ ପନ୍ଦରମଲିକ ବୁଧବାର ସକାଳ ପ୍ରାୟ ୭ଟା ସମୟରେ ନିଜ ସ୍ତ୍ରୀ ଡାକିନିଆଲୁ ମଲିକ ଓ ପୁଅଙ୍କୁ ନେଇ ଗ୍ରାମରୁ ପ୍ରାୟ ୪କି.ମି ଦୂର ଗାଇଗାଡା ଜଙ୍ଗଲ ନିକଟରେ ଥିବା ନିଜ ଚାଷଜମିକୁ ଯାଉଥିଲେ । ଆଗେ ଆଗେ ପନ୍ଦର ମଲିକ ଚାଲି ଚାଲି ଯାଉଥିବା ବେଳେ ପଛରେ ସ୍ତ୍ରୀ ଓ ପୁଅ ତାଙ୍କ ପଛେ ପଛେ ଯାଉଥିଲେ । ତେବେ ଅଚାନକ ଜଙ୍ଗଲ ମଝିରେ ଦୁଇଜଣ ମୁଖାଧାରୀ ଦୁର୍ବୁର୍ତ୍ତ ପନ୍ଦର ମଲିକଙ୍କୁ ରାସ୍ତାରେ ଅଟକାଇ କିଛି ବୁଝିବା ଆଗରୁ ସେମାନଙ୍କ ହାତରେ ଥିବା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପନ୍ଦରଙ୍କୁ ଦୁବୃର୍ତ୍ତମାନେ ଆକ୍ରମଣ କରୁଥିବା ବେଳେ କିଛି ଦୂରରେ ସ୍ତ୍ରୀ ଓ ପୁଅ ଦେଖୁଥିଲେ ମଧ୍ୟ ସେମାନେ ପ୍ରାଣ ଭୟରେ ପାଖକୁ ଯାଇନଥିଲେ। ମା’ ଓ ପୁଅ ଗାଁକୁ ଦୌଡ଼ି ଯାଇ ଘଟଣା ସଂପର୍କରେ ଗ୍ରାମବାସୀଙ୍କୁ କହିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ଗ୍ରାମବାସୀଙ୍କୁ ଦେଖି ଦୁବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପନ୍ଦରଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା । ଏ ସମ୍ପର୍କରେ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦିଆଯିବା ପରେ ଥାନା ଅଧୁକାରୀ ରଂଜିତ କୁମାର ମୁନି ,ଏସ୍ ଆଇ ସଂଗ୍ରାମ କେଶରୀ ଜେନା ସଦଳବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଭୋରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ପନ୍ଦର ମଲିକ ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି । ତାଙ୍କ ଝିଅ ମନ୍ଦାକିନି ବର୍ତ୍ତମାନ ହାତିମୁଣ୍ଡା ପଞ୍ଚାୟତର ସରପଂଚ ଅଛନ୍ତି । ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତୃତା ନା ପୂର୍ବ ଶତୃତା କିମ୍ବା ଆଉ କ’ଣ ରହିଛି ତାହାକୁ ଖୋଜି ବାହାର କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ
error: Content is protected !!