ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଭାଗର କନିଷ୍ଠଯନ୍ତ୍ରୀ କମଳାକାନ୍ତ ବିଶୋଇଙ୍କୁ ଗୁରୁବାର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ର କୁ ସଂଘ ପକ୍ଷରୁ ସୁବାସ ସ୍ୱାଇଁ , ସୁରେଶ ଚନ୍ଦ୍ର ବେହୁରା , ନବକିଶୋର ମହାନ୍ତି ପ୍ରଦାନ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ବିଦ୍ୟୁତର ଘରୋଇକରଣକୁ ବନ୍ଦ କରିବା,ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଙ୍ଗ ଠିକ ଭାବେ କରାଯିବା, ସରକାରୀ ଘୋଷଣା ଅନୁଯାୟୀ ୧ ଅକ୍ଟୋବରରୁ ବର୍ଦ୍ଦିତ ଦେୟ ଆଦାୟ ହେବା କଥା କିନ୍ତୁ ୧୦ ସେପ୍ଟମ୍ବର ଠାରୁ ଆଦାୟ କରାଯାଉଥିବା ବିର୍ଦ୍ଦିତ ଦେୟକୁ ବନ୍ଦ କରିବା ସହିତ ଆଦାୟ ହୋଇଥିବା ବର୍ଦ୍ଦିତ ଦେୟ ଫେରସ୍ତ କରିବା, ଭାତପଡା ଓ ଡେରିକି ଗ୍ରୀଡକୁ କାର୍ଯ୍ୟକାରୀ କରିବା, ବିପଦ ସଙ୍କୁଳ ଅବସ୍ଥାରେ ଥିବା ତାର ଓ ଖୁଂଟକୁ ଉପଯୁକ୍ତ ମରାମତି କରିବା, କେବୁଲ ତାର ବ୍ୟବହରା କରାଯିବା ସହିତ ଷ୍ଟ୍ରିଟ ଲାଇଟ ନିମନ୍ତେ ଉର୍ଦ୍ଦିଷ୍ଟ ତାର କେବୁଲ ତାର ସହ ସଂଯୋଗ କରିବା, ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର କରିବା ଆଦି ଦାବି ରହିଛି । ଦାବିପତ୍ର ପାଇବା ପରେ ଆଦାୟ କରାଯାଉଥିବା ବର୍ଦ୍ଦିତ ବିଦ୍ୟୁତ ବିଲକୁ ସଂଶୋଧନ କରାଯାଇ ଆଦାୟ କରାଯିବ ଓ ଅନ୍ୟାନ୍ୟ ଦାବିଗୁଡିକ ଉପରେ ବିଚାର କରାଯାଇ ସମାଧାନ କରାଯିବ ବୋଲି ଯନ୍ତ୍ରୀ କମଳାକାନ୍ତ ବିଶୋଇ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ