କିଷାନ ସାଇକେଲ

ମୋଟର ସାଇକେଲ ରୁ କୌଣସି ଗୁଣରେ କମ ନୁହଁ କିଷାନ ସାଇକେଲ । ଆବଶ୍ୟକତା ନାହିଁ ପେଟ୍ରୋଲ,ଡିଜେଲ,କି ଇଞ୍ଜିନ ଅଏଲ । ପରିବହନ ବିଭାଗର ନୁଆ କଟକଣା ବି ଆପଣକୁ କିଛି ଫରକ ପକାଇବନି । କେବଳ ସେତିକି ନୁହେଁ ଶବ୍ଦ ସହିତ ବାୟୁ ପ୍ରଦ୍ୟୂଷଣ ରୁ ବି ମୁକ୍ତି । ଘଂଟାକୁ ବେଗ ରହିବ ୩୦ କିମି, ଥରେ ଚାର୍ଜ କଲେ ଚାଲିବ ୮୦ କିମି । ଆପଣ ଶୁଣିଥିବେ ବ୍ୟାଟେରି ଚାଳିତ କାର କଥା ହେଲେ ଶୁଣିନଥିବେ ବ୍ୟାଟେରିରେ ମଧ୍ୟ ଚାଲୁଛି ସାଇକେଲ । ବୌଦ୍ଧ ଜିଲ୍ଲା ବାମଣ୍ଡା ଗ୍ରାମର ଚାଷି ନିଜ କୌଶଳରେ ତିଆରି କରିଛନ୍ତି ବ୍ୟାଟେରି ଚାଳିତ ସାଇକେଲ । ଗୋଟିଏ ଦୁଇଟି ନୁହେଁ ତିନିତିନିଟା ତିଆରି ବିକ୍ରି ମଧ୍ୟ କରିଛନ୍ତି । ସାଇକେଲ ରେ ଲାଗିଛି ଏକ୍ସଲିଟର । ଏକ୍ସଲିଟର ମୋଡିଲେ ଚାଲୁଛି ସାଇକେଲ । ନା ପେଡାଲ ମାରିବାକୁ ପଡୁଛି, ନା ଅଛି ଇଞ୍ଜିନ ନା ପଡୁଛି କୌଣସି ଇନ୍ଧନ । ସାଇକେଲରେ ଲାଗିଛି ଗୋଟିଏ ବ୍ୟାଟେରି, ଆଉ ଗୋଟିଏ ମୋଟର । କେତେବେଳେ ଜଣେ ତ ଆଉ କେତେବେଳେ ଦୁଇଜଣ କୁ ବସାଇ ତାର ଗତିରେ ଗଡୁଛି ସାଇକେଲ । ଏହି ସାଇକେଲ କୁ ତିଆରି କରିଛନ୍ତି ବୌଦ୍ଧ ଜିଲ୍ଲା ବାମଣ୍ଡା ଗ୍ରାମର ଚାଷି ଦିଲିପ କୁମାର ମହାପାତ୍ର । ପରିବେଶ କୁ ବାୟୂ ଓ ଶବ୍ଦ ପ୍ରଦ୍ୟୁଷଣ ରୁ ମୁକ୍ତି ସହିତ କିଭଳି ଜଣେ କମ ଖର୍ଚ୍ଚରେ କିଭଳି ଏକ ସାଇକେଲରେ ମୋଟର ସାଇକେଲ ଭଳି ସୁବିଧାରେ ଯାତାୟତ କରିପାରିବ ସେ ନେଇ ଦୀର୍ଘ ଦିନରୁ ଚଳାଇଥିଲେ ଉଦ୍ୟମ । ଆଉ ଏବେ ଗୋଟିଏ କି ଦୁଇଟି ନୁହେଁ ତିନିତିନିଟା ସାଇକେଲ ତିଆରି କରିବା ସହିତ ବିକ୍ରି ମଧ୍ୟ କରିଛନ୍ତି ଦିଲିପ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ