କୁମ୍ଭୀର ଆତଙ୍କ ରେ ଗ୍ରାମବାସୀ

(ଯୁଗାବ୍ଦ ନ୍ୟୁଜ )  ଦୀର୍ଘ ୮ଦିନଧରି ଗ୍ରାମର ନାଳ ରେ ଖେଳୁଛି କୁମ୍ଭୀର । ସେପଟେ ସ୍କୁଲକୁ ଲାଗିକି ଥିବା ଏହି ନାଳରେ କୁମ୍ଭୀର ପ୍ରାଦୁର୍ଭାବରେ ଆତଙ୍କିତ ଛାତ୍ର ଛାତ୍ରୀ । ଏହି ନାଳରେ ଉପରେ ଶୌଚ ସ୍ନାନପାଇଁ ନିର୍ଭର କରୁଥିବା ଗ୍ରାମବାସୀ ହନ୍ତସନ୍ତ । ବିଭାଗୀୟ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା । ଏଭଳି ଏକ ଚିତ୍ର ସାମାନାକୁ ଆସିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ବହିରା ଗ୍ରାମରୁ । ଚଳିତ ବନ୍ୟାରେ ଏକ ଘଡିଆଳ କୁମ୍ଭୀର ଟିକରପଡା ରୁ ମହାନଦୀରେ ଭାସିଆସି ଏବେ ଆଶ୍ରୟ ନେଇଛି ବହିରା ଗ୍ରାମରେ ଥିବା ଏକ ନାଳରେ । ଆଉ ସେଇଟି ବି ପୁଣି ବହିରା ପ୍ରାଥମିକ ବିଦ୍ୟାଳୟର ପଛପଟେ ଥିବା ଏହି ନାଳରେ । ଯାହାକୁ ନେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସମେତ ଗ୍ରାମବାସୀ ଆତଙ୍କିତ ହୋଇପଡିଥିବାବେଳେ ନିତିଦିନ ସ୍ନାନ ଶୌଚ ନିମନ୍ତେ ନିର୍ଭର କରୁଥିବା ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ । ଦୀର୍ଘ ୮ ଦିନ ଧରି କୁମ୍ଭୀର ଟି ଏହି ନାଳ ର ବିଭିନ୍ନ ସ୍ଥାନରେ ଖେଳୂଥିବାବେଳେ କାହିଁକି ଏଠାରୁ ଏହାକୁ ଉଦ୍ଧାର କରାଯାଉନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିବା ସହିତ ତୁରନ୍ତ କୁମ୍ଭୀର ଟିକୁ ଏଠାରୁ ସ୍ଥାନାନ୍ତରିତ କରିବାକୁ ଦାବୀ କରିଛନ୍ତି । ସେପଟେ ନନ୍ଦନ କାନନ ଗବେଷକ ବିଭିନ୍ନ ଉପକରଣ ମାଧ୍ୟମରେ ଯେପରି ଟ୍ରାନ୍ସମିଟର, ରେଡ଼ିଓ କୁଲର୍ ଦ୍ୱାରା କୁମ୍ଭିରକୁ ନଜରରେ ରଖିଛନ୍ତି । ଗତ କିଛିଦିନ ତଳେ ମହାନଦୀ ରେ ସୃଷ୍ଟିହୋଇଥିବା ବନ୍ୟାରେ ଟିକରପଡାରୁ ଉଠିଆସି ନଦୀ କୂଳ ଦେଇ ଏବେ ବହିରା ଗ୍ରାମର ନାଳ ରେ ଖେଳୁଛି ଏକ ୬ ଫୁଟ ଲମ୍ବର କୁମ୍ଭୀର । ସେପଟେ ବୌଦ୍ଧ ବନ ବିଭାଗ ଏବଂ ମହାନଦୀ ବନ୍ୟଜନ୍ତୁ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ଜଗିରହି କୁମ୍ଭୀର ର ଗତିବିଧି କୁ ନଜର ରଖିଥିଲେ ହେଁ କୁମ୍ଭୀର ଟିକୁ ଉଦ୍ଧାର କରୁନାହାଁନ୍ତି । ତେବେ କାହିଁକି କମ୍ଭୀର ଟିକୁ ଏଠାରୁ ଉଦ୍ଧାର କରାଯାଉନାହଁ ବୋଲି ପଚାରିବାରୁ ମୁହଁ ଖୋଲୁ ନାହାନ୍ତି କର୍ମଚାରୀ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ତୁରନ୍ତ କୁମ୍ଭୀର ଟିକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ