ବେଆଇନି ବାଲି ବୋଝେଇ ଟ୍ରାକ୍ଟର ଜବତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକ ନିକଟରେ ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଚଢ଼ାଉକରି ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କରିଛନ୍ତି । ରାତିରେ ବହୁ ପରିମାଣର ବେ ଆଇନି ମୋରମ ଓ ବାଲି ପରିବହନ ହେଉଥିବା ଖବର ପାଇ ଗତକାଲି ରାତିରେ ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଓରାଳି ଛକରେ ପେଟ୍ରୋଲିଂ କରୁଥିବାବେଳେ ଗୋଟିଏ ଟ୍ରାକ୍ଟରକୁ ଜବଦ କରି ନନ୍ଦିପଦା ପୁଲିସକୁ ହସ୍ତାନ୍ତର କରିଥିଲେ । ପରେ ଏହି ଟ୍ରାକ୍ଟରରୁ ୧୦୧୪୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅଫିସ ସୁତ୍ରରୁ ଜଣାଯାଇଛି । ଟ୍ରାକ୍ଟର ଗୁଡିକ ହାବଳେଶ୍ୱର ବାଲି ଘାଟରୁ ବାଲି ଆଣୁ ଥିବାବେଳେ ସେମାନଙ୍କୁ ଲିଜଧାରୀ ରୟଲଟି ପେପର ଦେଉ ନଥିବାରୁ ସେମାନେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଦଣ୍ଡିତ ହେଉଥିବା ଟ୍ରାକ୍ଟର ମାଲିକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ