କୋଭିଡ ନିୟମ ପାଳନ କରି ମନ୍ତ୍ରୀଙ୍କ ଦ୍ୱାରା ଭତ୍ତା ପ୍ରଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଆଜି ରାଜ୍ୟ ଜଙ୍ଗଲ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଗସ୍ତ କରି ବିଭିନ୍ନ ହତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ଭଞ୍ଜନଗର ବ୍ଳକ୍‌ ଓ ଏନ୍‌ଏସି ଅଧିନ ୩୨୧ ଜଣଙ୍କୁ ସେ ବିଧବା,ବାର୍ଦ୍ଧକ୍ୟ,ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି। କ‌ୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଆରୁଖ ଆଜି ଭଞ୍ଜନଗର ବ୍ଳକ୍‌ର ବାଇବାଲି,ଦଦରଲୁଣ୍ଡା,ଗୁଣ୍ଡୁରିବାଡି,ମୁଜାଗଡ,ଲାଲସିଂ,ଢିହପଢାଳ ଗ୍ରାମର ୧୯୫ ଜଣ ହିତାଧିକାରୀଙ୍କୁ ୮ ମାସର ଭତ୍ତା ସହ କୋଭିଡ ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ସେ ଜନପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ପରିଶ୍ରମ ଯୋଗୁ କରୋନା ସଂକ୍ରମଣ ଆଜି ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣାଧିନ ହୋଇପାରିଛି ବୋଲି କହିଥିଲେ। ସଂକ୍ରମଣ ହାର କମିଥିଲେ ମଧ୍ୟ କରୋନା ଭୟ ଦୂରଇେ ଯାଇନଥିବାରୁ ଜନସାଧାରଣ କୋଭିଡ ନିୟମ ପାଳନ କରିବା ପାଇଁ ‌ସେ ନିବଦେନ କରିଥିଲେ। କରୋନା ପାଇଁ ଅସହାୟ ଗରୀବ ଲୋକ ମାନଙ୍କ ସୁବିଧା ପାଇଁ ଆଗୁଆ ଭତ୍ତା ପ୍ରଦାନ କରିବା ସହ ସରକାରୀ ଚାଉଳ ସରକାର ମାଗଣା ଯୋଗାଇ ଥିବା ସେ ପ୍ରକାଶ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଆରୁଖଙ୍କ ସହିତ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ତହସିଲଦାର ଆଲୋକ ପ୍ରଧାନ,ବିଡ଼ିଓ ଅନୀଲ କୁମାର ସେଠୀ,ଏନ୍‌ଏସି ଇଓ ଚିନ୍ମୟ ଆଚାର୍ଯ୍ୟ,ବ୍ଳକ୍‌ ଅଧ୍ୟକ୍ଷା ବିନ ଦଳବେହେରା ,ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ଏନ୍ଏସି ଜେଇ ସୁଶାନ୍ତ ସାହୁ,ବ୍ଳକ୍‌ ସାମଜିକ ଅଧିକାରୀ ମମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ଶୂଳପାଣି ଶତପଥି ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ