ଘରୋଇ କଳିରୁ ଷ୍ଟାଫନର୍ସଙ୍କ ଆତ୍ମହତ୍ୟା! ହତ୍ୟା ଅଭିଯୋଗ ଆଣିଲେ ସହକର୍ମୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫନର୍ସ ଭାବରେ କାର୍ଯ୍ୟ କରୁଥିବା ମୌସୁମି ମିଶ୍ର(୨୩) ନାମକ ଜଣେ ଷ୍ଟାଫନର୍ସ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ନେଇ ନର୍ସଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ସେ ତାଙ୍କ ଘରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କର ସ୍ୱାମୀ କହିଛନ୍ତି। ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦାବି କରି ଉଚିତ୍‍ ନ୍ୟାୟ ଦାବିରେ ଏକତ୍ରିତ ହୋଇଛନ୍ତି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସମସ୍ତ ନର୍ସ ମାନେ। ଏହି ଘଟଣା ସମଗ୍ର କନ୍ଧମାଳ ଜିଲାରେ ଆଲୋଚ୍ୟର ବିଷୟ ହୋଇଛି। ଉଚିତ୍‍ ନ୍ୟାୟ ନମିଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ ଚେତାବନି ଦେଇଛନ୍ତି ସମସ୍ତ ନର୍ସ ମାନେ। ନ୍ୟାୟ ଦାବିରେ ଶବ ବ୍ୟବଚ୍ଛେଦ ପରେ ପ୍ରାୟ ୨ ଘଣ୍ଟା ଧରି କାର୍ଯ୍ୟ ବନ୍ଦ କରିବା  ସହିତ ଶବକୁ ଅଟକାଇ ଆନ୍ଦୋଳନ କଲେ ମୃତ ନର୍ସଙ୍କର ସହକର୍ମୀ ଷ୍ଟାଫ ନର୍ସମାନେ। ନର୍ସ ମାନଙ୍କ ଦାବିରେ ଶେଷରେ ବାଧ୍ୟ ହୋଇଥିଲା ପୁଲିସ୍‍ ସନ୍ଦେହରେ ସ୍ୱାମୀକୁ ଅଟକ ରଖି ଅଧିକ ପଚରା ଉଚରା ଚଳାଇଛନ୍ତି।ଖବର ପ୍ରକାରେ, ବୁଧବାର ସନ୍ଧ୍ୟାରେ ଫୁଲବାଣୀ ଜିଇଡି କଲୋନୀରେ ଥିବା ସରକାରୀ କ୍ୱାଟରରେ ନିଜ ପରିବାର ସହିତ ରହୁଥିବା ଫୁଲବାଣୀ ଡାକ୍ତରଖାନାର ମୌସୁମୀ ମିଶ୍ର ନାମକ ଜଣେ ଷ୍ଠାଫନର୍ସ ରାତ୍ର ଆଠଟା ବେଳେ ଡାକ୍ତରଖାନା କୁ ଡିଉଟିରେ ଯିବାକୁ ବାହାରିବାବେଳେ ତାଙ୍କ ଘରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୁଆଡ଼େ ଝଗଡା ହୋଇଥିଲା। ଝଗଡ଼ା ପରେ ମୌସୁମୀ କୁଆଡ଼େ ଆତ୍ମହତ୍ୟା କରିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ପହଂଚିବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଖବର ପାଇ ଫୁଲବାଣୀ ଟାଉନ ଥାନା ପୁଲିସ ସେଠାରେ ପହଂଚି ଏକ ଅପମୃତ୍ୟୁ ମାମଲା ୫୦ା୨୦ରୁଜ୍ଜୁ କରିବା ସହିତ  ତାଙ୍କର ଶବକୁ ବ୍ୟବଛେଦ ପାଇଁ ପଠାଇଥିଲା। ତେବେ ଶବ ବ୍ୟବଛେଦ ପରେ ଡାକ୍ତରଖାନାରେ କାର୍ଯ୍ୟରତ ସମସ୍ତ ଷ୍ଟାଫ ନର୍ସ ମାନେ ଅପରାହ୍ନ ପ୍ରାୟ ୩ ଟାବେଳେ ସେମାନଙ୍କର କାର୍ଯ୍ୟ ଛାଡି ଫୁଲବାଣୀ ଡାକ୍ତରଖାନା ରେ ଥିବା ଶବ ବ୍ୟବଛେଦ ଗୃହରାସ୍ତାକୁ ଘେରାଉ କରିବାସହିତ ମୌସୁମୀଙ୍କର ଶବକୁ ବ୍ୟବଛେଦ ପରେ ଶ୍ମସାନକୁ ନେବାକୁ ଦେଇନଥିଲେ। ମୌସୁମୀ ଜଣେ ଭଲ କର୍ମଚାରୀ ଥିଲେ ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା କହିବାସହିତ ଘଟଣାର ତଦନ୍ତ କରାଯାଇ ମୌସୁମୀ ନ୍ୟାୟ ଦେବା ପାଇଁ ଦାବୀ କରିଥିଲେ। ଏହାସହିତ ସମସ୍ତ ନର୍ସ ମିଳିତ ଭାବେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ ଫୁଲବାଣୀ ଟାଉନ ଥାନାରେ ମିଳିତ ଭାବରେ ଦେଇଥିବା ଜଣାପଡିଛି। ଖବର ପାଇ ଫୁଲବାଣୀ ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ସେଠାରେ ପହଂଚି ଉତ୍ୟକ୍ତ ଷ୍ଟାଫ୍‍ନର୍ସ ମାନଙ୍କୁ ବୁଝାସୁଝା କରିବା ସହିତ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସଡିପିଓ ବୁଝାସୁଝା କରିବାପରେ ସେମାନେ ଏଥିରୁ ବିରତ ହୋଇଥିଲେ ବୋଲି ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁଶାନ୍ତ କୁମାର ସେଠୀଙ୍କ ସୁତ୍ରରୁ ଜଣାପଡିଛି। ପୋଲିସ ମୃତ ନର୍ସଙ୍କର ସ୍ୱାମୀ ରମାନାଥ ଦାସକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ମୃତ ମୌସୁମୀଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବାବେଳେ ସେ ଫୁଲବାଣୀରେ ଜିଏନଏମ ତାଲିମ ନେବା ପରେ ଫୁଲବାଣୀ ଡାକ୍ତରଖାନାରେ ହିଁ ଚାକିରି ପାଇଥିଲେ। ସେ ଫୁଲବାଣୀର ସ୍ୱାର୍ଗତ ବାଇଡଙ୍କ ଦାସଙ୍କ ପୁଅ ରମାନାଥ ଦାସଙ୍କ ସହ ପ୍ରେମ ବିବାହ କରିଥିଲେ ମଧ୍ୟ ଅନେକ ସମୟରେ ଉଭୟ ସ୍ମାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେଉଥିବାର ଅନେକ ପ୍ରକାଶ କରିଛନ୍ତି। ସେମାନଙ୍କର ଗୋଟିଏ ଏକ ବର୍ଷର ଝିଅ ଅଛି।ତେବେ ସ୍ୱାମୀ ଓ ପରିବାର ପକ୍ଷରୁ ଆତ୍ମହତ୍ୟା ବୋଲି କୁହାଯାଇଥିଲେ ମଧ୍ୟ ଡ଼ାକ୍ତରଖାନାକୁ ଆଣିବା ବେଳେ ଶରୀର ବିଭିନ୍ନ ସ୍ଥାନରେ ରକ୍ତଛିଟା ଲାଗିବା ସହିତ ବିଭିନ୍ନ କାରଣ ଯୋଗୁଁ ସ୍ୱର୍ଗତ ନର୍ସଙ୍କ ସହକର୍ମୀମାନେ ଏହା ଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି। ପୁଲିସ୍‍ ବହୁ ବୁଝାସୁଝା ପରେ ନିର୍ଭର ପ୍ରତିଶୃତି ଦେବା ପରେ ସ୍ୱାମୀକୁ ଅଟକ ରଖିବା ସହିତ ସ୍ୱାମୀଙ୍କ ସାଙ୍ଗସାଥିମାନେ ଶେଷରେ ଶବଦାହ କରିଥିବାର ଖବର ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ