ଗରାପୁର କୋଠିଛକ ଠାରୁ କାଳିମନ୍ଦିର ରାସ୍ତାକଡରେ ବୃକ୍ଷରୋପଣ

କେନ୍ଦ୍ରାପଡା – ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ,କେନ୍ଦ୍ରାପଡା ପୈାରପାଳିକା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ରବିବାର ପୂର୍ବାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗରାପୁର ଡାକବଙ୍ଗଳାଛକରେ ଡିଏଭି ପବ୍ଲିକ ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଜଳଶକ୍ତି ଅଭିଯାନରେ ଗଣ ବୃକ୍ଷରୋପଣ ନିମନ୍ତେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷା ଓ ଜଳ ସଂରକ୍ଷଣ ନିମନ୍ତେ ଏହି ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଥିବାରୁ ସେଥିନିମନ୍ତେ ଜନସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଜଳଶକ୍ତି ମିଶନ ଦାୟିତ୍ୱରେଥିବା କେନ୍ଦ୍ର ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସଞ୍ଜୟ ସରନ ଯୋଗଦେଇ ଜିଲ୍ଲାର ଜଳସ୍ତର ଆବଶ୍ୟକତା ଠାରୁ ବହୁ ନିମ୍ନ ସ୍ତରକୁ ଚାଲିଯାଇଥିବାରୁ ସେଥିନିମନ୍ତେ ବୃକ୍ଷରୋପଣ ଭଳି ପଦକ୍ଷେପ ସ୍ୱରୂପ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ପୈାରନିର୍ବାହୀ ଅଧରକାରୀ ଦେବ ପ୍ରସାଦ ବଳ ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ବିଭିନ୍ନ ଉପାଦେୟ ବକ୍ତବ୍ୟ ମାଧ୍ୟମରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଡିଏଭି ପବ୍ଲିକ ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ପୈାରସଂସ୍ଥା ହିସାବରକ୍ଷକ ଗଣେଶ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଡାକବଙ୍ଗଳାଛକ ଠାରୁ କାଳିମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା କଡରେବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷୟତ୍ରୀ ସାଫିନା ସୁଲତାନା,ପ୍ରିୟଙ୍କା ପ୍ରିୟଦର୍ଶିନୀ,ସ୍ପିରିୟା ବେହେରା,ରଶ୍ମିତା ପାଣି, ବିଜୟଲକ୍ଷ୍ମୀ ପରିଡା, ମମତା ବିଶ୍ୱାଳ,ପ୍ରିୟଙ୍କା ନାୟକ,ପ୍ରଜ୍ଞା ନାୟକ,ଅନମୋଲ ପରୱିନ, ଐସୂର୍ଯ୍ୟା ଦାଶ,ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ହାଇସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷକ ଉତ୍ତମ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ବିଭାଗର ରାମସା ସଂଯୋଜକ ପୀତବାସ ପଣ୍ଡା,ଯୁବନେତା ଶକ୍ତିକାନ୍ତ ପାତ୍ର,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଧିରେନ୍ଦ୍ର କୁମାର ଦାସ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ,ଜିଲ୍ଲାପାଳ ଶ୍ରୀ ବର୍ମା,ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର,ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ସମେତ ଶତାଧିକ ଯୁବକ,ବିଜୁଯୁବବାହିନୀର କର୍ମକର୍ତ୍ତାମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ନିମନ୍ତେ ସଚେତନତାଧର୍ମୀ ପ୍ରଚାରପତ୍ର ରାସ୍ତାରେ ଲୋକମାନଙ୍କୁ ବାଂଟି ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ