ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ଦୁଇ ଦିନ ପୂର୍ବେ ସ୍ଥାନୀୟ ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମରେ ଦୁଇ ସାହିର ଦୁଇ ଜଣ ବ୍ୟକ୍ତିଙ୍କ ପୃଥକ ପୃଥକ ସ୍ଥାନରେ ମୃତ୍ୟୁ ଘଟିଥିବା ଅଞ୍ଚଳରେ ଆଲୋଚନା ଓ ଆଲୋଡନ ସୃଷ୍ଟି କରିଛି । ଗ୍ରାମର ମରାଠୀ ସାହିରେ ଗୋଟିଏ ଘଟଣା ଘଟିଥିଲା ବେଳେ ଅନ୍ୟ ଘଟଣାଟି ଗ୍ରାମର ଆନ୍ଧ୍ରା ସାହିରେ ଘଟିଛି । ପୁଜା ପାର୍ବଣ ସକାଶେ ଅଞ୍ଚଳରେ କରୋନା କଟକଣା ବଳ ବତ୍ତର ରହିଥିବା ବେଳେ ସ୍ଥାନୀୟ ଥାନା ଅଞ୍ଚଳରେ ଏଭଳି ୨ଟି ଅଘଟଣ ସମ୍ପୃକ୍ତ ଗ୍ରାମରେ ଗମ୍ଭୀର ବାତାବରଣ ସୃଷ୍ଟି କରିଛି । ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଦଶହରା ପର୍ବ ପାଳନ ଅବସରରେ ଗ୍ରାମ ଚଳଚଞ୍ଚଳ ହୋଇ ଉଠିଥିଲା । ମରାଠୀ ସାହିର କୁରୁମ ନାହାକ (୩୧) କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ନିଜ ବାସଗୃହରେ ଗାମୁଛା ଲଗାଇ ଝୁଲି ପଡିଥିବା ପରିବାର ଲୋକେ ଦେଖିଥିଲେ । ସେହିପରି ଉକ୍ତ ଦିନ ସକାଳ ପ୍ରାୟ୧୦ଘଣ୍ଟା ସମୟରେ ଆନ୍ଧ୍ରାସାହିର କାଳିଆ ଜେନା (୪୫) ଙ୍କ ମୃତଦେହ ଘରଠାରୁ କିଛି ଦୂରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରେ ୨ ମୃତକଙ୍କ ଶବକୁ ନିକଟସ୍ଥ ଗ୍ରାମ ସ୍ମଶାନରେ ପରିବାର ଲୋକଙ୍କ ପକ୍ଷରୁ ତରବରିଆ ଭାବେ ଶବଦାହ କରାଯାଇ ଥିବା ଜଣାପଡିଛି । ଏନେଇ ଉଭୟ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିଲା ବେଳେ ପୁଲିସ ବି ନିଜ ଆଡୁ କୌଣସି ମାମଲା ରୁଜୁ କରି ନ ଥିବା ଜଣାପଡିଛି । ଫଳରେ କୁରୁମ ଏବଂ କାଳିଆଙ୍କ ମୃତ ଘଟଣାରେ ପରିବାର ସଦସ୍ୟଙ୍କ ନୀରବତା ଓ ପୁଲିସର ଭୂମିକା ସନ୍ଦେହ ଘେରରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ