ତିର୍ତୋଲରେ ସି.ପି.ଆଇ.ର ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ କେନ୍ଦ୍ରାପଡାରୁ ସି.ପି.ଆଇ.ର କର୍ମକର୍ତ୍ତାମାନେ ତିର୍ତୋଲ ଯାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ସି.ପି.ଆଇ.ର କେନ୍ଦ୍ରାପଡା ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ଷଡଙ୍ଗୀ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଅଜୟ ସାମଲ, ଆଇନଜୀବି ହୃଷିକେଶ ମହାପାତ୍ର, ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ବାବାଜୀ ଧଳ ପ୍ରମୁଖ କେନ୍ଦ୍ରାପଡାରୁ ଯାଇ ବିରିଡି, ରଘୁନାଥପୁର, ତିର୍ତୋଲ ପ୍ରଭୃତି ଅଂଚଳରେ ଦଳର ପ୍ରାର୍ଥୀ ବିଜୟ ଭୋଇଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି । କେନ୍ଦ୍ରର ଶ୍ରମିକମାରଣ ନୀତି ପ୍ରତିବାଦରେ ଓ ପିଆଜ ଦର କିଲୋପ୍ରତି ୮୦ଟଙ୍କା ହୋଇଥିବା ବିରୋଧରେ ବିଜେପି,ବିଜେଡି ଓ କଂଗ୍ରେସକୁ ଚଳିତ ଉପନିର୍ବାଚନରେ ପରାସ୍ତକରି ସି. ପି. ଆଇ. ପ୍ରାର୍ଥୀ ଶ୍ରୀ ଭୋଇଙ୍କୁ ଜିତାଇବାକୁ ଭୋଟରମାନଙ୍କୁ ଏହିନେତାମାନେ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ