ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ସତ୍ୟଭାମା ମହାନ୍ତି ନାମକ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରୁଥିବା ପୁଅ କହୁଥିବାବେଳେ ମହିଳାଙ୍କ ଝିଅ ତାଙ୍କ ମାଆକୁ ବିଷ ପିଆଇ ମାରିଦେଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଝିଅ ଆରତୀ ଘଡେଇ ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତକାଲି ସକାଳେ ତାଙ୍କ ମାଆ ଢ଼େଙ୍କାନାଳ ପୋଲ ଉପରେ ଧାନ ବେଙ୍ଗଳା ପକାଇ ଧାନ ଅମଳ କରୁଥିବା ସେ ଦେଖିଥିଲେ । ତାଙ୍କର ପୁର୍ବରୁ ପାଟିତୁଣ୍ଡ ହୋଇଥବବା ଯୋଗୁଁ ସେ ବାପ ଘରକୁ ଯିବା ଆସିବା କରୁନଥିଲେ । କିନ୍ତୁ ଆଜି ସକାଳେ ତାଙ୍କ ମାଆ ମରିଯାଇଥିବା ଖବର ପାଇ ତାଙ୍କ ଘରପାଖକୁ ଯିବାବେଳକୁ ତାଙ୍କ ମାଙ୍କୁ ଡାକ୍ତରଖାନା ତରବରିଆ ଭାବେ ଡାକ୍ତରଖାନା ନେଇ ପୋଷ୍ଟମଟମ କରିସାରିଲେଣି ବୋଲି ଜାଣିବାକୁ ପାଇଥିଲେ । ଆଖ ପାଖ ଲୋକଙ୍କ ଠାରୁ ଶୁଣିବାକୁ ପାଇଲି କି ଗତକାଲି ମା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ମୋ ଭାଇ ମୋ ମାଆକୁ ପିଟାମରା କରିଥିବା ଜାଣିବାକୁ ଶୁଣିଥିଲେ । ଗତକାଲି ରାତିରେ ମା ବିଷପିଇ ଆତ୍ମହତ୍ୟା କରିଥିବା ପୁଅ ଓ ବୋହୁ କହୁଥିବାବେଳେ କିନ୍ତୁ ତାଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ମାରିଦିଆ ଯାଇଛି ବୋଲି ଝିଅ ଆରତୀ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ଉଚିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ନିବେଦନ କରିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବାବେଳେ ପୋଷ୍ଟମଟମ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୁଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ