ଇବ୍ରିସିଂ ପଞ୍ଚାୟତରେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତୁହାକୁ ତୁହା ବୈଠକ କ୍ଷଣ କୁ କ୍ଷଣ ସମାବେଶ ଉପନିର୍ବାଚନ ପାଇଁ ପ୍ରଚାରରେ ଫାଟୁଛି ତିର୍ତୋଲ ମୈଦାନ l କିଏ ମଙ୍ଗ ଧରୁଛନ୍ତି ତ କିଏ ମଙ୍ଗ ଛାଡ଼ୁଛନ୍ତି , କିଏ ପ୍ରଚାର କରୁଛି ତ କିଏ ଭୋଟରଙ୍କୁ ବୁଝାଉଛି କେଉଁ ପ୍ରାର୍ଥୀଙ୍କ ପଲ୍ଲା ଭାରି ତ କେଉଁ ପ୍ରାର୍ଥୀଙ୍କ ପଲ୍ଲା ଖସିବ ତାହା ତ ଆଗାମୀ ଦିନରେ ଜଣାପଡିବ l ଏବେ କିନ୍ତୁ ମାନସ ମନ୍ଥନ ର ବେଳ , ସମୟ କୁ ଆଖି ଆଗରେ ରଖି ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା l ଇବ୍ରିସିଂ ପଞ୍ଚାୟତ ର ବେଉଁଳ ଗ୍ରାମର ଗାଈଦଣ୍ଡା ଠାରେ ପ୍ରଭାତ ରଞ୍ଜନ ବାରିକ ଙ୍କ ନେତୃତ୍ୱ ରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୋଜାମୀର ଖାଁ ଙ୍କ ସଭାପତିତ୍ୱ କରିଥିବା ବେଳେ ପଞ୍ଚାୟତ ପ୍ରଭାରୀ ଶ୍ରୀଯୁକ୍ତ କାଇ ଭାଇ ମୁଖ୍ୟ ଅତିଥି ଭାବେ ଓ ଶେଖ ରଜିୟାରସୁଲ ସଂମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି ସମାବେଶ ରେ ୩୦୦ ରୁ ଉର୍ଧ୍ଵ ବିଜେପି କର୍ମୀ ଯୋଗ ଦେବା ସହିତ ଦଳରୁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ରାଜକିଶୋର ବେହେରା ଙ୍କୁ କିପରି ବିପୁଳ ଭୋଟ ରେ ଜିତାଇ ବିଜୟ ର ମୁକୁଟ ପିନ୍ଧାଇବେ ଏନେଇ କର୍ମୀ ମାନେ ଏକ ଶପଥ ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅନିରୁଦ୍ଧ ବିଶ୍ୱାଳ , ବିଜୟ ପଟନାୟକ, ବେଣୁଧର ବେହେରା , ଝାଟ ବରାଳ , ଦିଲୀପ ନାୟକ , ପ୍ରମୁଖ ଭାଜପା ର ଅନେକ କର୍ମୀ ଏହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ