ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-କାମ୍ବୋଡିଆ ମଧ୍ୟରେ ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ବୁଝାମଣାପତ୍ର ସ୍ଵାକ୍ଷରକୁ ଅନୁମୋଦନ ମିଳିଛି । ଏହି ଦ୍ଵିପାକ୍ଷିକ ବୁଝାମଣାପତ୍ର ସ୍ଵାକ୍ଷରିତ ହେଲେ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ । ଏହି ଦ୍ଵିପାକ୍ଷିକ ରାଜିନାମା ଭାରତ ଓ କାମ୍ବୋଡିଆର ସଂପର୍କକୁ ମଜବୁତ କରିବ । ଯେଉଁଦିନ ଏହା ସ୍ଵାକ୍ଷରିତ ହେବ ସେହିଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଦୁଇ ଦେଶ ମଧ୍ୟରେ ଏହି ସହଯୋଗ ନିମ୍ନୋକ୍ତ କ୍ଷେତ୍ରରେ ଲାଗୁ ହେବ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ,ପରିବାର ନିୟନ୍ତ୍ରଣ, ଏଚଆଇଭି/ଏଡସ ଏବଂ ଟିବି, ଡ୍ରଗ, ଫାର୍ମାସ୍ୟୁଟିକାଲ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଜନସ୍ୱାସ୍ଥ୍ୟ ଏବଂ ସଂକ୍ରାମକ ବ୍ୟାଧି, ରୋଗ ନିୟନ୍ତ୍ରଣ (ସଂକ୍ରାମକ ଓ ଅଣସଂକ୍ରାମକ),ଭେଷଜ ଗବେଷଣା ଓ ବିକାଶ, ତେବେ ଏହା କାମ୍ବୋଡିଆର ନ୍ୟାସନାଲ ଏଥିକ୍ସ କମିଟି ଏବଂ ଭାରତର ଏଥି ସଂକ୍ରାନ୍ତ ବିଭାଗ ଓ ମନ୍ତ୍ରଣାଳୟର ଅନୁମୋଦନକ୍ରମେ କରାଯିବ ଡାକ୍ତରୀ ଶିକ୍ଷା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ମାନବ ସମ୍ବଳ ବିକାଶ କ୍ଲିନିକାଲ ଅର୍ଦ୍ଧକ୍ଲିନିକାଲ ଓ କୌଶଳ ବିକାଶ ତାଲିମ ଏବଂ ପାରସ୍ପରିକ ସହଯୋଗ ଭିତ୍ତିରେ ଅନ୍ୟ ଯେକୌଣସି ବିଷୟ ବା କ୍ଷେତ୍ର ଇତ୍ୟାଦି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ