ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଲୁଟେରା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ସାରା ଭାରତରେ ପାର୍ବଣ ରୁତୁ । ଏହି ସମୟକୁ ଯୋଜନାବଦ୍ଧ ଭାବେ ଜଗିଥାନ୍ତି ଲୁଟେରା  ।ଏହି ସମୟରେ ସାରା ଅଂଚଳ ଚଳଚଂଚଳ ଥାଏ । ସବୁଆଡେ ଆନନ୍ଦର ମାହୋଲ । ସବୁଆଡେ ଦୋକାନ ବଜାର ଭିଡ଼ । ଏହି ଭିଡଭାଡ ଦେଖି ସମୟ ଉଣ୍ଡି ଲୁଟେରା ତା’ର ଖେଳ ଆରମ୍ଭ କରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କରଂଜିଆ ସହରରେ । କରଂଜିଆ ଥାନା ଅନ୍ତର୍ଗତ ଘୋଡାଘୁଗୁରି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରହିତାଦେଶ ମହାନ୍ତ କରଂଜିଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଏକ ଲକ୍ଷ ଟଙ୍କା ଉଠାଇ ଡିକିରେ ରଖି କଲେଜ ଛକରେ କ୍ଷୀର କିଣୁଥିଲେ । ହଠାତ୍ କଳା ପୋଲସର ବାଇକରେ ଆସିଥିବା ଦୁଇ ଜଣ ଦୁବୃର୍ତ୍ତ ଟଙ୍କା ଥଳି ଧରି ଦୃତ ଗତିରେ ଖସି ପଳାଇଥିଲେ ।ପିଡିତ ଥାନାରେ ଲିଖିତ ଅଭିଯୋଗ କଲାପରେ କରଂଜିଆ ପୋଲିସ ଛାନଭିନ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ