ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରୋଡ ଶୋରେ ପ୍ରଚାର କଲେ ଏମପି ଅପରାଜିତା ଷଢଙ୍ଗୀ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ରାଜ୍ୟରେ ୨୦ ବର୍ଷର ଶାସନ କାଳରେ ବିଜେଡି ସରକାର କେବଳ ଦୁର୍ନୀତି ଭ୍ରଷ୍ଟାଚାର ଓ ସାଧାରଣ ଲୋକଙ୍କୁ ଶୋଷଣ କରିଚାଲିଛି। ଏବେ ବଦଳିବାର ସମୟ ଆସିଛି, ଲୋକଙ୍କ ସୁଖ ଦୁଃଖରେ ସାଥି ହୋଇ ଥିବା ଭାଜପାର ପ୍ରାର୍ଥିଙ୍କୁ ବିଜୟୀ କରିବାକୁ ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ ନିବେଦନ କରିଛନ୍ତି। ନିର୍ବାଚନୀ ପ୍ରଚାରରେ ପାର୍ଥି ରାଜକିଶୋର ବେହେରାଙ୍କୁ ସାଥିରେ ଧରି ସେ ତରଜଙ୍ଗା ପଞ୍ଚାୟତର ପୂବପଡା, କୋଟକଣା, ବାଲିପାଟଣା, ହାଜିପୁର ସହ କନକପୁର, ମୁଳିସିଂ, କୋଷ୍ଠି ମଲ୍ଲିକାପୁର, ଗରାମ,ତୁଳଙ୍ଗ, ଇବ୍ରିସିଂ ଓ ଜଗନ୍ନାଥପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ବିରାଟ ବାଇକ ରାଲି କରି ଭୋଟରଙ୍କ ପାଖରେ ପହଞ୍ଚି ଦଳର ଭୋଟ ହାରକୁ ବୃଦ୍ଧି କରିବାକୁ ଗୁରୁମନ୍ତ୍ର ଦେଇଥିଲେ | ତାଙ୍କ ସହ ଦଳିୟ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ କୃଷକ ମୋର୍ଚା ସମ୍ପାଦକ ଅଶୋକ ମହାନ୍ତି, ରାଜ୍ୟ ଓବିସି ସେଲ ଉପସଭାପତି ନୃସିଂହ ଚରଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ