ବିଶିଷ୍ଟ ଠିକାଦାର ରୋହିତ ଦାସଙ୍କ ସ୍ମୃତି ଚାରଣ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ଠିକାଦାର ତଥା ଆରକେଡ଼ି କନ୍‍ଷ୍ଟ୍ରକ୍ସନ୍‍ର ଏମ୍‍ଡ଼ି ରୋହିତ କୁମାର ଦାସଙ୍କର ଗତ ୧୭ ତାରିଖରେ ଦେହାନ୍ତ ଘଟିଥିବା ବେଳେ ସ୍ୱର୍ଗତ ଦାସଙ୍କର ଶୁଦ୍ଧକ୍ରିୟା ଅବସରରେ ଦାରିଙ୍ଗବାଡ଼ି କନ୍‍ଷ୍ଟ୍ରକ୍ସନ୍‍ କ୍ୟାମ୍ପର କର୍ମଚାରୀଙ୍କ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ କର୍ମଚାରୀମାନେ ୨ ମିନିଟ୍‍ ନିରବ ପ୍ରାର୍ଥନା କରିଥିଲେ । ଉକ୍ତ ସଭାରେ ସ୍ୱର୍ଗତ ଦାସ ଜଣେ ପରୋପକାରୀ ଓ ମେଳାପି ଏବଂ ଉତ୍ତମ ବ୍ୟବହାର ଲୋକ ଥିବା ବେଳେ ସେ କର୍ମଚାରୀଙ୍କ ପ୍ରତି ତାଙ୍କର ବ୍ୟବହାର ସର୍ବଦା ମନେ ରହିବ ବୋଲି କର୍ମଚାରୀମାନେ ସ୍କୃତି ଚାରଣ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳକ ପଞ୍ଚାନନ ଦାସ, ଏକାଉଟାଣ୍ଟ କମଳାକାନ୍ତ ମଲିକ, କ୍ୟାମ୍ପ କାର୍ଯ୍ୟକାରି ଅଧିକାରୀ ଉତ୍ତମ ପଟନାୟକ ଓ ଅନ୍ୟମାନେ ସ୍ମୃତି ଚାରଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ