ଡଗରପଡା ହାଇସ୍କୁଲରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଡଗରପଡା ହାଇସ୍କୁଲ ପରିସରରେ ଆଜି ସ୍ୱାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦ୍ମନାଭ ଦାସ ସଭାପତିତ୍ୱ ଦାୟିତ୍ୱ ଲିଭାଇ ଥିଲେ । ମୁଖ୍ୟ ଅତିଥି ଭାବେ ନଗୁଅଁ ଗ୍ରାମପଞ୍ଚାୟତ ସରପଞ୍ଚ କମଳ କୁମାର ନନ୍ଦ ଯୋଗଦେଇଥିଲେ ବେଳେ ସମ୍ମାନିତ ଅତିଥି ଭାବେ ଗୋବିନ୍ଦ ଚନ୍ଦ୍ର ଦାସ, ରବୀନ୍ଦ୍ର ସାହୁ, ଗଣେଶ ସାହୁ, ବରିଷ୍ଟ ଶିକ୍ଷକ ମାଧବ ଚନ୍ଦ୍ର ବିଶ୍ୱାଳ,ପ୍ରଫୁଲ କୁମାର ନାୟକ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କରୁଣା କର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଲେବୁଲ-୩ ପ୍ରଧାନ ଶିକ୍ଷକ ନିରଞ୍ଜନ ସେନାପତିଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଡଗରପଡା ଉଛ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ଶ୍ରୀ ସାହୁ ଜଣେ ସ୍ନେହୀ , ଆଦର୍ଶ ବାଦୀ, ପରୋଉପକାରୀ, କର୍ତ୍ତବ୍ୟ ନିଷ୍ଟ ବ୍ୟକ୍ତି ଭାବେ ସ୍ତାନୀୟ ଅଞ୍ଚଳରେ ସୁନାମ ଅର୍ଜନ କରିଥିବା ଭଳି ଜଣେ ବ୍ୟକ୍ତି ବିଶେଷ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନନ୍ଦ ନିଜ ବକ୍ତବ୍ୟରେ କହିଥିଲେ । ତେବେ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅରୁଣ କୁମାର ବେହୁରିଆ, ପରେଶ କୁମାର ପାତ୍ର, ପ୍ରମୋଦ କୁମାର ସ୍ୱାଇଁ, ସୁରେଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଶିକ୍ଷୟିତ୍ରୀ ସରସ୍ୱତୀ ନାୟକ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟି କରନା କଟଣାରେ ପାଳନ କରାଯିବା ସହିତ ସମସ୍ତେ ସାମାଜିକ ଦୂରତା ପାଳନ ଏବଂ ମାସ୍କ ବ୍ୟବହାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ