କଟକ ଜଗତପୁରରେ ୩୮ ଟି ଚୋରା ମୋବାଇଲ ଜବତ : ଜଣେ ଗିରଫ

କଟକ (ଓ୍ବାଇଏନଏସ): କଟକ ଜଗତପୁରଠାରେ ୩୮ ଟି ଚୋରା ମୋବାଇଲ ସହ ଜଣକୁ ଗିରଫ କଲା ଜଗତପୁର ପୋଲିସ। ଜଗତପୁର ଗୋଲେଇ ଛକରେ ରହୁଥିବା ଏକ ପଶ୍ଚିମବଙ୍ଗ ଗୋଷ୍ଠୀଙ୍କ ଉପରେ ଜଗତପୁର ପୋଲିସ ଅଚାନକ ଚଢ଼ାଉ କରିଥିଲା। ସେମାନଙ୍କ ମଧ୍ୟରୁ ମଙ୍ଗଳ ସିଂ(୨୦) ନାମକ ଜଣେ ଯୁବକ ଠାରୁ ୩୮ ଟି ଚୋରା ମୋବାଇଲ ଜବତ କରିଛି ଜଗତପୁର ପୋଲିସ। ତା ମଧ୍ୟରୁ ୩୫ ଟି ସ୍ମାର୍ଟ ଫୋନ ହୋଇଥିବା ବେଳେ ୩ ଟି କି-ପ୍ୟାଡ଼ ଫୋନ ଅଛି। ମଙ୍ଗଳ ସିଂ(୨୦), ପିତା- କାଲୁ ସିଂ ପଶ୍ଚିମବଙ୍ଗ ପୁରୁଳିଆ ଜିଲ୍ଲାର ବଳରାମପୁର ଥାନା ଅଞ୍ଚଳରେ ହୋଇଥିବା ଜଣାପଡିଛି। ୩୫ ଟି ସ୍ମାର୍ଟ ଫୋନ ମଧ୍ୟରୁ ଗୋଟିଏ ନାଲି ରଙ୍ଗର ସାମସଙ୍ଗ ମୋବାଇଲ୍ ଯାହାର IMEI No-351235/01/016046/0, IMEI No-352716/98/016046/4, ତାହା ଢେଙ୍କାନାଳର ନିଲେଶ କୁମାର ସାହୁଙ୍କଠାରୁ ଚୋରି ହୋଇଥିଲା, ତାହା ମଧ୍ୟ ଉଦ୍ଧାର କରାଯାଇଥିଲା। ସୂଚନାଥାଉକି, ଜଗତପୁର ଥାନାର ଏ.ଏସ.ଆଇ ମଞ୍ଜୁଲତା ସେନାପତି କୌଣସି ଏକ ସୂତ୍ରରୁ ଖବର ପାଇବା ପରେ ସୂଚନା ଆଧାରରେ ଆଇ.ଆଇ.ସି ପ୍ରଶାନ୍ତ କୁମାର ସାସମଲଙ୍କ ଜରିଆରେ ଏକ ମାମଲା ନଂ ୬୩/୨୦୨୬ ରୁଜୁ କରିଥିଲେ। ପରେ ଜଗତପୁର ଗୋଲେଇରେ ରହୁଥିବା ପଶ୍ଚିମବଙ୍ଗ ବାସୀ ଏରୋଗୋଲାଙ୍କ ଏକ ଦଳ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଚୋରି ମୋବାଇଲ୍ ହ୍ୟାଣ୍ଡସେଟ୍ ଜବତ କରିଥିଲେ। ବି.ଏନ.ଏସ ଧାରା ୩୦୩(୨) ଓ ୩୧୭(୨) ରୁଜୁ କରି ଅଭିଯୁକ୍ତ ମଙ୍ଗଳ ସିଂ(୨୦) କୁ କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଚଳାଇଛି ଜଗତପୁର ପୋଲିସ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ