ହରିଜନ ସାହି-ତରଡିପାଳ ରାସ୍ତା ମରାମତି ଦାବୀ କଲେ ଗ୍ରାମବାସୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ହରିଜନ ସାହି-ତରଡିପାଳ ଛକ ରାସ୍ତା ମରାମତି ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ପ୍ରକାଶ ଯେ, ଉକ୍ତ ରାସ୍ତା ବହୁଦିନ ହେବ ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଛି । ଗ୍ରାମର ପିଲା ମାନେ ବିଦ୍ୟାଳୟକୁ୍ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରୀକାଳୀନ ସ୍ଥିତିରେ ରୋଗୀଟିଏ ଡାକ୍ତରଖାନା ଯିବା କଷ୍ଟକର ହେଉଛି । ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨ ମାସ ମଧ୍ୟରେ ରାସ୍ତା ନିର୍ମାଣ ହୋଇଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ରାସ୍ତା ମରାମତି ହୋଇପାରିନାହିଁ । ଉକ୍ତ ରାସ୍ତାର ମରାମତି ନେଇ ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ