ଗୀତାଂଶ କେବୁଲ ଉତ୍ପାଦନ କେନ୍ଦ୍ର ଉଦଘାଟିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥ କହରାପୋଖରୀ ଠାରେ ବିଦ୍ୟୁତ ଭିତ୍ତିକ ଗୀତାଂଶ କେବୁଲ ଉତ୍ପାଦନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଅନୁମିତା ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ସଂକ୍ଷିପ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଳ୍ପ ବିଭାଗ ସାଧାରଣ ପରିଚାଳକ ପିତାମ୍ବର ପରିଡା, ସମ୍ମାନୀତ ଅତିଥି ବିଦ୍ୟୁତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାଜୀବ କୁମାର ନାୟକ, ନିମନ୍ତ୍ରିତ ଅତିଥି ଭାବେ କାନାଡ଼ା ବ୍ୟାଙ୍କ ଅଧିକାରୀ ଇଶ୍ରାଏଲ ମହମ୍ମଦ, ଶଶୀଶେଖର ବେହେରା ପ୍ରମୁଖ ଯୋଗଦେଇ ବିଦ୍ୟୁତ ଭିତ୍ତିକ କେବୁଲ ଶିଳ୍ପ ପ୍ରତିଷ୍ଠା ଜିଲ୍ଳା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯନ୍ତ୍ରୀ ସରୋଜ କୁମାର ବେହୁରିଆ, ହିମାଂଶୁ ପାତ୍ର, ସମାଜସେବୀ ଲକ୍ଷ୍ମୀକାନ୍ତ ମହାପାତ୍ର, ରବୀନ୍ଦ୍ର ମହାନ୍ତି, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲାରେ ପ୍ରଥମ କରି ଉକ୍ତ ଘରୋଇ ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା ହୋଇଥିବାରୁ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବିଦ୍ୟୁତ ବିଭାଗ ର କେବୁଲ ଚାହିଦାକୁ ପୂରଣ କରିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କୋଭିଡ ଆଇନ ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇଥିବା ସମସ୍ତ ଅତିଥି ଓ ନିମନ୍ତ୍ରିତ ବ୍ୟକ୍ତି ମାନଙ୍କୁ ଶିଳ୍ପ ସଂସ୍ଥାର ପରିଚାଳନା ନିର୍ଦେଶକ ଅୟସକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ