ସୁରକ୍ଷା ପାଇଁ ସାଉଦି ଆରବକୁ ସୈନ୍ୟ ଓ ପ୍ରତିରକ୍ଷା ସାମଗ୍ରୀ ପଠାଇବ ଆମେରିକା

ୱାସିଂଟନ୍: ସାଉଦି ଆରବର ତୈଳକୂପ ଉପରେ ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ ହେବା ପରେ ତା’ର ବିମୋନ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟ ପ୍ରେରଣ କରିବା ନିମନ୍ତେ ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ ଅନୁମତି ଦେଇଛନ୍ତି ।
ପେଣ୍ଟାଗନ୍ କହିଛି ପ୍ରାଥମିକ ପର୍ଯ୍ୟାୟରେ କେବଳ ସୁରକ୍ଷା ଯାଗାଇ ଦେବା ନିମନ୍ତେ ହଜାର ହଜାର ନୁହେଁ, ସ୍ୱଳ୍ପ ସଂଖ୍ୟକ ସୈନ୍ୟ ମୁତୟନ କରାଯିବ । ଉଭୟ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟସ୍କୁ ସାମରିକ ସାମଗ୍ରୀ ଯାଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ହୋଇଥିବା ଯୋଜନା କଥା ମଧ୍ୟ ପେଣ୍ଟାଗନ୍ ପ୍ରକାଶ କରିଛି ।
ପୂର୍ବ ଖବର ଅନୁସାରେ, ଆଣ୍ଟି-ମିସାଇଲ୍ ବ୍ୟାଟେରି, ଡ୍ରୋନ୍ ଏବଂ ଅଧିକ ଲଢୁଆ ବିମୋନ ପଠାଇବାକୁ ପେଣ୍ଟାଗନ୍ ବିଚାର କରୁଛି । ସମ୍ପୃକ୍ତ ଅଞ୍ଚଳରେ ସବୁଦିନ ପାଇଁ ଗୋଟାଏ ବିମାନବାହୀ ଜାହାଜ ରଖିବାକୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ବିଚାର କରୁଛି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ମୋର୍କ ଏସ୍ପର୍ କହିଛନ୍ତି: ସାଉଦି ଆରବର ଅନୁରୋଧ କ୍ରମେ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟ ମୁତୟନ ନିମନ୍ତେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଏହା ପ୍ରତିରକ୍ଷାତ୍ମକ ଏବଂ ବିଶେଷକରି ବିମାନ ଓ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରତି ଦୃଷ୍ଟି ଦେବ ।
ଯୁକ୍ତରାଷ୍ଟ୍ର ଆମେରିକା କହିବା ଅନୁସାରେ ସାଉଦି ଆରବର ତୈଳକୂପ ଉପରେ ଇରାନ୍ ହିଁ ଆକ୍ରମଣ କରିଛି । କିନ୍ତୁ ଶୁକ୍ରବାରର ଏହି ଘୋଷଣାରୁ ଇରାନ୍ ଉପରେ କୌଣସି ପ୍ରତିଶୋଧାତ୍ମକ ଆକ୍ରମଣ କଥାର ଆଭାସ ମିଳୁନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ